Advertisment

ନଭେମ୍ବର ଯାଏଁ ସତର୍କ ରୁହ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଜିଲ୍ଲାଓ୍ୱାରୀ ସ୍ଥିତି ଦେଖି ପଦକ୍ଷେପ ନେବାକୁ ଜିଲ୍ଲାଗୁଡ଼ିକୁ କୁହାଯାଇଛି। ଅଧିକ କାଶ, ସରଦି ରହେ, କରୋନାକୁ ବଢ଼ାଇପାରେ। ତେଣୁ ଭିଡ଼ କମାଇ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

କାହିଁକି କରୋନା ଲହରର ପ୍ରଭାବ କମୁନି, ସିଭିୟରିଟି ବଢୁଛି-ଉତ୍ତର ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Health Director Vijay Mohapatra

Advertisment

ଭୁବନେଶ୍ୱର: ଭୁବନେଶ୍ୱରରେ ପଜିଟିଭ ହାର ଅଧିକ ରହୁଥିବାରୁ BMC ଗାଇଡ଼ଲାଇନ ଜାରି କରିଛି। ଆୟୋଗ, ICMR ପ୍ରଭୃତି ଭିଡ଼ କମାଇବାକୁ ପରାମର୍ଶ ଦେଇଛନ୍ତି। ସଚେତନତା ପଦକ୍ଷେପ ବାଦ କୋଭିଡ ସଂକ୍ରମଣ କମାଇବା ଲାଗି ଏହା ହିଁ ଏକମାତ୍ର ଦକ୍ଷ ପଦକ୍ଷେପ। ଏ ଦିଗରେ BMCର ଗାଇଡ଼ଲାଇନ ଏକ ଆଗୁଆ ବ୍ୟବସ୍ଥା। ଲୋକମାନେ ନିଜେ ଭିଡ଼ କମ କରନ୍ତୁ। ପ୍ରଶାସନ ବି ସଜାଗ ରହିଛି। ସମସ୍ତେ ମିଶି ନଭେମ୍ବର ପର୍ଯ୍ୟନ୍ତ ସତର୍କ ରହିଲେ କୋଭିଡକୁ ହରାଇ ପାରିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Advertisment

ଜିଲ୍ଲାଓ୍ୱାରୀ ସ୍ଥିତି ଦେଖି ପଦକ୍ଷେପ ନେବାକୁ ଜିଲ୍ଲାଗୁଡ଼ିକୁ କୁହାଯାଇଛି। ଅଧିକ କାଶ, ସରଦି ରହେ, କରୋନାକୁ ବଢ଼ାଇପାରେ। ତେଣୁ ଭିଡ଼ କମାଇ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ରାଜ୍ୟରେ ୨୪ ଘଣ୍ଟାରେ ୪୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୩ ଆକ୍ରାନ୍ତ ହୋଇଛନ୍ତି। କ୍ୱାରେଣ୍ଟିନରୁ ୨୬୫, ଲୋକାଲ କେସ୍ ୧୮୮ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୮୧୯କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

Advertisment
Odisha COVID19 Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ