Advertisment

ESIC ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର, କରୋନାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ପେନ୍‌ସନ୍‌

ଇଏସ୍ଆଇସି ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଯଦି ମହାମାରୀ କରୋନାରେ କୌଣସି ଇଏସ୍ଆଇ ହିତାଧିକାରୀଙ୍କ ମୃତ୍ୟୁ ହୁଏ, ତେବେ ମୃତକଙ୍କ ପରିବାର ଲୋକଙ୍କୁ ପ୍ରତି ମାସରେ ତାଙ୍କ ହାରାହାରି ଦରମାର ୯୦ ପ୍ରତିଶତ ପେନ୍‌ସନ୍‌ ଯୋଗାଇଦିଆଯିବ

ESIC ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର, କରୋନାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ପେନ୍‌ସନ୍‌

ESIC

Advertisment

ନୂଆଦିଲ୍ଲୀ: ଇଏସ୍ଆଇସି ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଯଦି ମହାମାରୀ କରୋନାରେ କୌଣସି ଇଏସ୍ଆଇ ହିତାଧିକାରୀଙ୍କ ମୃତ୍ୟୁ ହୁଏ, ତେବେ ମୃତକଙ୍କ ପରିବାର ଲୋକଙ୍କୁ ପ୍ରତି ମାସରେ ତାଙ୍କ ହାରାହାରି ଦରମାର ୯୦ ପ୍ରତିଶତ ପେନ୍‌ସନ୍‌ ଯୋଗାଇଦିଆଯିବ । ହିତାଧିକାରୀଙ୍କ ମୃତ୍ୟୁ ପରେ ପତ୍ନୀ ଏକମାତ୍ର ଡିପେଣ୍ଡେଣ୍ଟ ଥିଲେ, ସେ ପୁନଃବିବାହ କିମ୍ବା ମୃତ୍ୟୁ ପର୍ଯ୍ୟନ୍ତ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ହେବେ ।

Advertisment

ହିତାଧିକାରୀଙ୍କ ପରିବାର ଲୋକେ କୋଭିଡ୍ ପଜିଟିଭ୍ ରିପୋର୍ଟ ଓ ମୃତ୍ୟୁ ପ୍ରମାଣ ପତ୍ର ସହ କ୍ଲେମ୍ ଫର୍ମ ପୂରଣ କରି ଏହି ପେନ୍ସନ୍ ପାଇଁ ଆବେଦନ କରିପାରିବେ । ୨୦୨୦ ମାର୍ଚ୍ଚ ୨୪ରୁ ପିଛିଲା ଭାବେ ଲାଗୁ ହୋଇଥିବା ଏହି ସ୍କିମ୍‌କୁ ସରକାର ୨ ବର୍ଷ ପାଇଁ କାର୍ଯ୍ୟକାରୀ କରିଛନ୍ତି । ଏହାସହ ମୃତ କର୍ମଚାରୀଙ୍କ ପତ୍ନୀ ବାର୍ଷିକ ୧୨୦ ଟଙ୍କା ପେମେଣ୍ଟ କରି ଇଏସ୍ଆଇ ମେଡିକାଲ ସେବାର ଫାଇଦା ମଧ୍ୟ ଉଠାଇପାରିବେ ବୋଲି ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପାର୍ଥ ସାରଥୀ ପଣ୍ଡା କହିଛନ୍ତି ।

Advertisment
ESIC ESIC Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ