Advertisment

Covid-19: କାୟା ବିସ୍ତାରିଲାଣି କୋରନା; ୩ ରାଜ୍ୟରେ ୭ ଜୀବନ ବି ନେଲାଣି ନୂଆ ସଂକ୍ରମଣ

ଚାହୁଁ ଚାହୁଁ ହଜାରେ ଟପିଲା ଦେଶର କୋଭିଡ୍ ଆକ୍ରାନ୍ତ ସଂଖ୍ୟା । ସପ୍ତାହେ ହେଲା ଦୈନିକ ଚିହ୍ନଟ ହେଉଛନ୍ତି ଶହେରୁ ଅଧିକ ଆକ୍ରାନ୍ତ । ଚଳିତ ସିଜିନରେ ୭ ଜଣଙ୍କ ଜୀବନ ବି ନେଲାଣି କରୋନା ।

ଅଦ୍ୟତନ ହୋଇଛି
Covid-19

Covid-19

Advertisment

ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶରେ ହଜାରେ ଟପିଛି କୋଭିଡ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା। କେରଳରେ ସର୍ବାଧିକ ୪୩୦ ଆକ୍ଟିଭ୍ କେସ୍ ଥିବା ବେଳେ, ୩ଟି ରାଜ୍ୟରେ ୭ ଜଣଙ୍କ ଜୀବନ ବି ନେଲାଣି କୋଭିଡ୍। ସେପଟେ ଚୀନ୍ ସମେତ ଏସିଆର ବିଭିନ୍ନ ଦେଶରେ ଅଚାନକ କୋଭିଡ୍ ସଂକ୍ରମଣ ବୃଦ୍ଧି ଆଣିଥିବା ୨ଟି କରୋନା ଭାରିଆଣ୍ଟ୍, ଭାରତରେ ବି ଚିହ୍ନଟ ହେବା ପରେ ସାଧାରଣରେ ଚିନ୍ତା ବଢ଼ିଛି। ତେବେ ଲୋକଙ୍କୁ ଆତଙ୍କିତ ନହୋଇ ସଜାଗ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

Advertisment

ଚାହୁଁ ଚାହୁଁ ହଜାରେ ଟପିଲା ଦେଶର କୋଭିଡ୍ ଆକ୍ରାନ୍ତ ସଂଖ୍ୟା । ସପ୍ତାହେ ହେଲା ଦୈନିକ ଚିହ୍ନଟ ହେଉଛନ୍ତି ଶହେରୁ ଅଧିକ ଆକ୍ରାନ୍ତ । ଚଳିତ ସିଜିନରେ ୭ ଜଣଙ୍କ ଜୀବନ ବି ନେଲାଣି କରୋନା । ପୁଣି ଫେରିବ କି ମାସ୍କ, ସାମାଜିକ ଦୂରତା ଓ ଅନ୍ୟ କଟକଣା ? ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଚିହ୍ନଟ ହୋଇଛି ୧ ହଜାର ୯ଟି କୋଭିଡ୍ ଆକ୍ଟିଭ୍ କେସ୍। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, କେରଳରେ ସର୍ବାଧିକ ୪୩୦ ସଂକ୍ରମିତ ଥିବା ବେଳେ, ମହାରାଷ୍ଟ୍ରରେ ୨୦୯ ଓ ଦିଲ୍ଲୀରେ  ଅଛନ୍ତି ୧୦୪ ଜଣ। ଗତ ସପ୍ତାହେ ଭିତରେ ଚିହ୍ନଟ ହେଲେଣି ୭୫୨ ନୂଆ ପଜିଟିଭ୍, ଅର୍ଥାତ୍ ପ୍ରତିଦିନ ହାରାହାରି ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି, ଚଳିତ ସିଜିନରେ କୋଭିଡ୍ ୭ଟି ଜୀବନ ବି ନେଲାଣି। ମହାରାଷ୍ଟ୍ରରେ ୪, କେରଳରେ ୨ ଓ କର୍ଣ୍ଣାଟକରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱେବସାଇଟରେ କୌଣସି ସୂଚନା ଦିଆଯାଇନଥିଲେ ବି, ଓଡ଼ିଶାରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ଦିନକ ପରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସବୁ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବାକୁ ଥିବା ବେଳେ, ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। 

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...

Advertisment

ଚୀନ ସମେତ ବିଭିନ୍ନ ଏସୀୟ ଦେଶରେ ଅଚାନକ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କୁହାଯାଉଥିବା କରୋନାର ୨ଟି ନୂଆ ଭାରିଆଣ୍ଟ, ଭାରତରେ ବି ଚିହ୍ନଟ ହୋଇଛି। NB.1.8.1 ଏବଂ LF.7।କରୋନା ଭାରିଆଣ୍ଟ୍ NB.1.8.1 ଗତ ଏପ୍ରିଲରେ ତାମିଲନାଡ଼ୁରେ ଏବଂ LF.7 ମେ ମାସରେ ଗୁଜରାଟରେ ପ୍ରଥମେ ଚିହ୍ନଟ ହୋଇଥିଲା। ଉଭୟକୁ ଭାରିଆଣ୍ଟ ଅଣ୍ଡର୍ ମନିଟରିଂ ବା VUM ବର୍ଗରେ ରଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ପୂର୍ବରୁ ଭାରତରେ କୋଭିଡ୍ ଲହର ଆଣିଥିବା ଓମିକ୍ରନ୍ ଭାରିଆଣ୍ଟର ଏ ଯୋଡ଼ିକ ହେଉଛନ୍ତି ସବଲିନିଏଜ୍ ବା ସବ୍-ଭାରିଆଣ୍ଟ୍। ଏହି ୨ ନୂଆ ଭାରିଆଣ୍ଟ୍ ଅଧିକ ସଂକ୍ରାମକ ହୋଇଥିଲେ ମଧ୍ୟ, ଏଥିରେ ସଂକ୍ରମିତ ହୋଇ କେହି ଅଧିକ ଗୁରୁତର ହେବା ବା ପ୍ରାଣହାନୀ ଘଟିବାର ପ୍ରମାଣ ମିଳିନାହିଁ। ତେଣୁ ଲୋକଙ୍କୁ ଆତଙ୍କିତ ନହେବାକୁ ଏବଂ କରୋନା ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି।

NB.1.8.1 ଭାରିଆଣ୍ଟ୍ ସଂକ୍ରମଣର ଲକ୍ଷଣଗୁଡ଼ିକ ହେଉଛି- ଜ୍ବର, କାଶ, ତଣ୍ଟି ଦରଜ, ହାଲିଆ ଲାଗିବା, ଦେହ ଘୋଳାବିନ୍ଧା, ନାକ ବନ୍ଦ ରହିବା, ମୁଣ୍ଡ ବିନ୍ଧା, ନସିଆ ଓ ଭୋକ ନଲାଗିବା ଇତ୍ୟାଦି। ତେବେ ଲୋକଙ୍କୁ ମାସ୍କ ପିନ୍ଧିବା, ଭ୍ୟାକ୍ସିନ୍ ବୁଷ୍ଟର୍ ଡୋଜ୍ ନେବା ଓ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କୋଭିଡ୍ ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। କୋମର୍ବିଡିଟି, ବୟସ୍କ, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଉଛି। 

Advertisment
COVID-19 SARS-CoV-2 Corona Mask
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ