କଡ଼ା କଟକଣା ! ଗହଳି ମନା, ବାହାଘର-ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଆଉ ଶୁଦ୍ଧିକ୍ରିୟାରେ...

ବାହାଘର, ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ।

Corona Guidelines

କଟକଣା ଭିତରେ ଆସିଲା ନୂଆ ଗାଇଡ୍‌ଲାଇନ୍‌ । କ୍ଷୀପ୍ର ବେଗରେ କରୋନା ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ଲାଗୁ କଲେ କଟକଣା । କଟକଣା ମଧ୍ୟରେ ହେବ ବିବାହ ଉତ୍ସବ । ମାତ୍ର ୧୦୦ ଜଣେ ବିବାହ ଉତ୍ସବ ପାଇଁ ଅନୁମତି ଥିବା ବେଳେ ମେହେନ୍ଦୀ, ସଙ୍ଗୀତ ଭଳି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ମନା କରିଛନ୍ତି ରାଜ୍ୟ ସରକାର । ବାହାଘର, ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ।

ଦେଶ ତଥା ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି । ଗତକାଲି ତୁଳନାରେ ରାଜ୍ୟରେ ଆଜି ୭୯% ସଂକ୍ରମିତ ବଢ଼ିଛନ୍ତି । ଏମିତିକି ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ବି ସଂକ୍ରମିତ ହେଉଛନ୍ତି । ଏବେ କୋଭିଡ଼ର ଆଉ ଏକ ଲହର ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ରାଜ୍ୟ ସରକାର କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଟକଣା ଲାଗୁ କରିଛନ୍ତି । ସମସ୍ତ କଟକଣା ଜାନୁଆରୀ ୭ରୁ ଫେବ୍ରୁଆରୀ ପହିଲା ଯାଏ ଲାଗୁ ।