Advertisment

ପୁଣି ପଶିଲାଣି ଡର ! ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ

ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ ଠାବ । ଭାରତ ସହ ୧୦ଟି ଦେଶରେ ନୂଆ ଭାରିଆଣ୍ଟ ଠାବ  ।

undefined

Corona

Advertisment

ଭାରତରେ ଠାବ ହୋଇଛି କରୋନାର ନୂଆ ଭାରିଆଣ୍ଟ । ଓମିକ୍ରନ୍‌ର ନୂଆ ସବ୍ ଭାରିଆଣ୍ଟ ଠାବ ହୋଇଥିବା ସୂଚନା ଦେଇଛି WHO । ଭାରତ ସହ ୧୦ଟି ଦେଶରେ ଏହି ନୂଆ ଭାରିଆଣ୍ଟ ଠାବ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ନୂଆ ଭାରିଆଣ୍ଟର ନାଁ ରହିଛି BA. 2.75 । ଏହି ଭାରିଆଣ୍ଟ ପ୍ରଥମେ ଭାରତରେ ଠାବ ହୋଇଥିଲା । ପରେ ଏହା ୧୦ଟି ଦେଶକୁ ବ୍ୟାପିଛି । ଏହି ଭାରିଆଣ୍ଟ କେତେ ସଂକ୍ରାମକ ଓ ଘାତକ ସେନେଇ ଗବେଷଣା ଚାଲିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

Advertisment

ଏସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‌ କହିଛନ୍ତି, ‘BA.2.75’ ନାମରେ ଓମିକ୍ରନ୍‌ର ଏକ ନୂଆ ସବ୍‌ ଭାରିଏଣ୍ଟ  ଚିହ୍ନଟ ହୋଇଛି। ପ୍ରଥରେ ଏହା ଭାରତ ଏବଂ ପରେ ପରେ ଆଉ ୧୦ଟି ଦେଶରେ ମଧ୍ୟ ଚିହ୍ନଟ ହେଲାଣି। ତେବେ ଏହି ନୂଆ ଭାରିଏଣ୍ଟ କେତେ ମାରାତ୍ମକ ତାହା ଜଣାପଡିନାହିଁ। ଏନେଇ ରିସର୍ଚ୍ଚ ଜାରି ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।

ବିଗତ ସପ୍ତାହ ତୁଳନାରେ ଦକ୍ଷିଣ ଏସୀୟ ରାଷ୍ଟ୍ରରେ କୋଭିଡ୍‌-୧୯ ଜନିତ ସାପ୍ତାହିକ ମୃତ୍ୟୁସଂଖ୍ୟା ମଧ୍ୟ ୧୬% ବୃଦ୍ଧି ପାଇଛି ବୋଲି ହୁ’ ରିପୋର୍ଟ କରିଛି। ଭାରତରେ ୨୦୦ ମୃତ୍ୟୁ (୩୯% ବୃଦ୍ଧି), ଥାଇଲାଣ୍ଡରେ ୧୦୮ (୧୪% ବୃଦ୍ଧି) ଏବଂ ଇଣ୍ଡୋନେସିଆରେ ୩୨ (୭% ବୃଦ୍ଧି) କରୋନା ଜନିତ ମୃତ୍ୟୁ ରେକର୍ଡ କରାଯାଇଛି।

Advertisment

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରେ ‘କ‌ୋଭିଡ୍‌-୧୯ ଇନ୍‌ସିଡେଣ୍ଟ୍‌ ମ୍ୟାନେଜର୍‌’ ଆବ୍‌ଦି ମହମ୍ମଦ୍‌ କହିଛନ୍ତି, ମହାମାରୀର ଅବସାନ ଘଟିଛି ବୋଲି କହିବା ଏହା ଉପଯୁକ୍ତ ସମୟ ନୁହେଁ। ଆମେ ଏବେ ମଧ୍ୟ ଭୂତାଣୁର ସଂକ୍ରମଣ ଭିତରେ ଅଛନ୍ତି। ଭୂତାଣୁ ପାଖରେ ଅସୁମାରି କ୍ଷମତା ରହିଛି । ସେ ‘ବିଏ.୪’ ହେଉ କି, ‘ବିଏ.୫’ ହେଉ ଅଥବା ‘ବିଏ.୨.୭୫’ ହେଉ। ଏଭଳି ନୂଆ ନୂଆ ଭାରିଏଣ୍ଟ ଉତ୍ପତ୍ତି ଧାରା ଅବ୍ୟାହତ ରହିବ। ଏଥିପାଇଁ ଆମକୁ ହିଁ ସତର୍କ ରହିବାକୁ ପଡିବ। ଜନସାଧାରଣ ନିୟମିତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜୟ ରଖିବା ଉଚିତ ବୋଲି ସେ ସତର୍କ କରାଇଛନ୍ତି ।

COVID-19 Corona Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ