Advertisment

ଖୋଲିଲା ନନ୍ଦନକାନନ, ୧୦ ନିୟମ ମାନନ୍ତୁ

ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର।

ଅଦ୍ୟତନ ହୋଇଛି
ଖୋଲିଲା ନନ୍ଦନକାନନ, ୧୦ ନିୟମ ମାନନ୍ତୁ

Nandankanan Zoological Park

Advertisment

ଭୁବନେଶ୍ୱର: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜିଠୁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ରାଜ୍ୟ ସରକାରଙ୍କ ଅଗଷ୍ଟ ଗାଇଡଲାଇନ୍‌ରେ ପର୍ଯ୍ୟଟନୀ ସ୍ଥଳ ଓ ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ନିଷ୍ପତ୍ତି ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ। ପର୍ଯ୍ୟଟକ ଚାଲି ଚାଲି ଯାଇ ଜୀବଜନ୍ତୁଙ୍କ ଖୁଆଡ ପାଖରୁ ସେମାନଙ୍କୁ ଦେଖିପାରିବେ। 

Advertisment

ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର। 

  • ଚିଡିଆଖାନା କର୍ତ୍ତୃପକ୍ଷ ଦର୍ଶକ, କର୍ମଚାରୀ ଓ ଜୀବଜନ୍ତୁଙ୍କ ନିରାପତ୍ତା ନେଇ ସୁନିଶ୍ଚିତ କରିବେ।
  • ନନ୍ଦନକାନନ ପ୍ରବେଶ ପଥରେ ଦର୍ଶକଙ୍କ ପାଇଁ ସ୍କାନିଂ ପରେ ଛଡ଼ାଯିବ।
  • ଯେଉଁମାନଙ୍କୁ ଜ୍ୱର, ଥଣ୍ଡା କିମ୍ବା କାଶ ହେଉଥିବ, ସେମାନଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ।
  • ମାନୁଆଲ ଟିିକେଟ୍ ବଦଳରେ ଇ ଟିକେଟିଂ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯିବ।
  • ଚିଡ଼ିଆଖାନା ଭିତରେ ପାନ, ଗୁଟଖା ଓ ଖଇନି ଖାଇବା ନିଷେଧ।
  • ଏଥିରେ ଖିଲାପ କଲେ ପର୍ଯ୍ୟଟକଙ୍କୁ ୫୦୦ ଟଙ୍କା ଫାଇନ୍ କରାଯିବ।
  • ସମସ୍ତ ପ୍ରାପ୍ତ ବୟସ୍କ ଓ ୭ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଲାଗି ମାସ୍କ ବ୍ୟବହାର ବାଧ୍ୟତାମୂଳକ।
  • ଦର୍ଶକମାନେ ପ୍ରବେଶ କଲା ବେଳେ ସେମାନଙ୍କ ସମ୍ପୂର୍ଣ୍ଣ ଶରୀରକୁ ସାନିଟାଇଜ୍ କରାଯିବ
  • ସେମାନେ ମେଡିକେଟେଡ୍ ଫୁଟମ୍ୟାଟ୍ ଉପରେ ଚାଲିବାକୁ ବ୍ୟବସ୍ଥା।
  • ଦର୍ଶକ, କର୍ମଚାରୀ ସମସ୍ତେ କୋଭିଡ ନିୟମ ମାନିବାକୁ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନିବେଦନ। 
Advertisment

ସେହିପରି ସମ୍ବଲପୁରରେ ଆଜିଠୁ ଖୋଲିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର। ତା ସହ ଜିଲ୍ଲାର ଅନ୍ୟାନ୍ୟ ଧର୍ମପୀଠ ଖୋଲିବା ନେଇ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆଜିଠାରୁ  କୋଭିଡ କଟକଣା ଭିତରେ ମନ୍ଦିର ଖୋଲିଛି। କୋଭିଡ଼ ମାର୍ଗ ଦର୍ଶିକା ଅନୁସାରେ ମନ୍ଦିର ଖୋଲୁଥିବା ବେଳେ ସାନିଟାଇଜେସନ ପାଇଁ ସବୁ ସୋମବାର ଦିନ ମନ୍ଦିର ବନ୍ଦ ରହିବ। ୬୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ ପ୍ରବେଶ ଉପରେ କଟକଣା ରହିଛି। ସେହିପରି ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପୀଡିତ ଲୋକଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି। ଭକ୍ତ ମାନେ ମନ୍ଦିର ଭିତରକୁ ପୁଜା ସାମଗ୍ରୀ ନେଇ ଯାଇ ପାରିବେ ନାହିଁ କିମ୍ବା ମନ୍ଦିର ଭିତରେ ବସି ପାରିବେ ନାହିଁ  କୋଭିଡ ଗାଇଡ ଲାଇନ ସହ , ସାମାଜିକ ଦୂରତା ରକ୍ଷା କରି ଓ ମୁହଁ ରେ ମାସ୍କ ପିନ୍ଧି ଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି।

Advertisment

ଶ୍ରୀମନ୍ଦିର ବ୍ୟତୀତ ପୁରୀ ସହରରେ ଅନ୍ୟ ସମସ୍ତ ଧର୍ମପୀଠ ଖୋଲିବା ଲାଗି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ। କୋଭିଡ୍ ଗାଇଡଲାଇନ୍ ଭିତରେ ସହରର ସମସ୍ତ ମଠ, ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବ। ତେବେ ସପ୍ତାହନ୍ତ ସଟଡାଉନରେ ପୁରୀ ସହରକୁ ଭକ୍ତ, ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ଏପଟେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ପର୍ଯ୍ୟଟକଙ୍କ ଲାଗି ଉନ୍ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। 

Odisha News COVID-19 Nandankanan Zoological Park
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ