ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ, ତଥାପି ଥମୁନି ସଂକ୍ରମଣ

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଯାଏଁ ରାଜ୍ୟରେ ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି ।

sss

News Summary

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏଯାଏଁ ରାଜ୍ୟରେ ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି । 

ଭୁବନେଶ୍ୱର: ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଯାଏଁ ରାଜ୍ୟରେ ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି । ପ୍ରଥମ ଡୋଜ୍ ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ ଜଣ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ଡୋଜ୍ ନେଇଛନ୍ତି ୪୬ ଲକ୍ଷ ୩୪ ହଜାର ୨୪୨ ଜଣ । ଟିକାକରଣରେ ୨ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ହେଲ୍ଥ ଟିମ୍ ଓ ସମସ୍ତେ ନାଗରିକଙ୍କୁ କୃତଜ୍ଞତା ଜଣାଇଛି ।

ତେବେ ଗୋଟିଏ ପଟେ ରାଜ୍ୟରେ ଦୁଇ କୋଟି ଟିକାକରଣ ହୋଇସାରିଛି ସତ ହେଲେ ସଂକ୍ରମଣ ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୯୩ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧୫ ଲୋକାଲ କେସ୍ ହୋଇଥିବା ବେଳେ, ୫୭୮ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮ ଜଣ ୧୮ରୁ କମ୍ ବୟସର ଅଛନ୍ତି । ଗତକାଲି ଏହି ବର୍ଗରୁ ୯୬ ଜଣ ଚିହ୍ନଟ ହୋଇଥିଲେ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ସେହିପରି ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । 

ସେହିପରି ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡ଼ାରୁ ୯, ଢେଙ୍କାନାଳରୁ ୭, ଅନୁଗୁଳ ଓ ବାଲେଶ୍ୱରରୁ ୫ ଲେଖାଏଁ, ଭଦ୍ରକ, ମୟୂରଭଞ୍ଜରୁ ୩ ଲେଖାଏଁ, ପୁରୀରୁ ୨, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭,୦୮୬କୁ ବୃଦ୍ଧି ପାଇଛି ।