Advertisment

ଆଜି ଦେଶବ୍ୟାପୀ କୋଭିଡ ମୁକାବିଲାର ମକଡ୍ରିଲ୍

କୋଭିଡ ମୁକାବିଲା ମକଡ୍ରିଲର ଅନୁଧାନ ପାଇଁ କଟକ ବଡ଼ ମେଡିକାଲରେ ବ୍ୟବସ୍ଥା କରାଯାଇଛି।

ଅଦ୍ୟତନ ହୋଇଛି
Mock Drills Across India Today To Check Covid Response

Mock Drills Across India Today To Check Covid Response

Advertisment

କୋଭିଡ ମୁକାବିଲା ଲାଗି ଦେଶ କେତେ ପ୍ରସ୍ତୁତ, ତାହା ପରିଖିବାକୁ ଆଜି ଦେଶବ୍ୟାପୀ ହେବ ମକଡ୍ରିଲ୍। ହସ୍ପିଟାଲ ଓ ମେଡିକାଲ କଲେଜଗୁଡ଼ିକରେ କରୋନା ମୁକାବିଲା ପାଇଁ ଆଇସୋଲେସନ୍ ବେଡ୍, ଆଇସିୟୁ, ଅକ୍ସିଜେନ୍, ଟେଷ୍ଟିଂ କିଟ୍, ଔଷଧ, ଭେଣ୍ଟିଲେଟରର ତଥ୍ୟ ଦେବେ ଜିଲ୍ଲା ପ୍ରଶାସନ। କେନ୍ଦ୍ର ସରକାରଙ୍କ କୋଭିଡ୍ ପୋର୍ଟାଲରେ ଅପଲୋଡ୍ ହେବ ଏସବୁ ତଥ୍ୟ।

Advertisment

ଆଜି ଅପରାହ୍ଣରେ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରରେ କୋଭିଡ୍ ମୁକାବିଲା ପ୍ରସ୍ତୁତିର ତଦାରଖ କରିବେ। ସ୍ବାସ୍ଥ୍ୟ ବିଭାଗ କହିଛି, କୋଭିଡ୍ ମୁକାବିଲା ଲାଗି ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ।ଟେଷ୍ଟିଂ ଓ ଟ୍ରିଟମେଣ୍ଟ ପାଇଁ ଆବଶ୍ୟକ ସବୁ ଉପକରଣ ଅଛି।

ରାଜ୍ୟରେ ବୁଷ୍ଟର ଡୋଜ୍ ଟୀକାକରଣ ତ୍ୱରାନ୍ବିତ କରିବାକୁ ଟୀକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ରାଜ୍ୟ।  ଏ ପପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ମିଳି ନ ଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଯେତେ ଶୀଘ୍ର କେନ୍ଦ୍ର ଟୀକା ଦେବ, ସେତେ ଶୀଘ୍ର ରାଜ୍ୟରେ ବୁଷ୍ଟର ଡୋଜ୍ ଟିକାକରଣ ତ୍ୱରାନ୍ବିତ କରାଯିବ।

Advertisment

ଅଧିକ ପଢ଼ନ୍ତୁ: 'ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେଟ୍‌ କର'

କୋଭିଡ ମୁକାବିଲା ମକଡ୍ରିଲର ଅନୁଧାନ ପାଇଁ କଟକ ବଡ଼ ମେଡିକାଲରେ ବ୍ୟବସ୍ଥା କରାଯାଇଛି। SCB ପରିସରରେ ଥିବା କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ବେଡ୍ ବିଶିଷ୍ଟ ଓ୍ବାର୍ଡ ସହିତ ଆଇସିୟୁ ବେଡ ମଧ୍ୟ ରହିବ। କୋଭିଡ ଓ୍ୱାର୍ଡ଼ର ପରିଚାଳନା ପାଇଁ ଏସସିବି ପଲ୍ୟୁମନାରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି।

ଏହି ୟୁନିଟରେ ପାରାମେଡିକାଲ ଷ୍ଟାଫ, ଷ୍ଟାଫ ନର୍ସଙ୍କୁ ମିଶାଇ ତିନିଟି ସିଫ୍ଟରେ ପ୍ରାୟ ୫ରୁ ୬ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଆବଶ୍ୟକ ସଂଖ୍ୟକ ବେଡ଼, ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଉଥିବା ମଧ୍ୟ କହିଛନ୍ତି ଏସସିବିର ପ୍ରାଶାସନିକ ଅଧିକାରୀ ଅବିନାଶ ରାଉତ। ୨୦୨୨ରେ କୋଭିଡରେ ଆକ୍ରାନ୍ତ ହୋଇ ମୋଟ ୮୩ଜଣ ଏସସିବିରେ ଭର୍ତ୍ତି ହୋଇଥିଲେ। ଗତ ଅକ୍ଟୋବର ମାସ ୨୬ ତାରିଖ ପରଠାରୁ ଏସସିବିରେ କୋଭିଡ ରୋଗୀ ଚିକିତ୍ସିତ ହେଉନଥିବା କହିଛନ୍ତି ଅବିନାଶ ରାଉତ।

Advertisment
Coronavirus COVID-19 Mock Drill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ