Advertisment

କରୋନାରେ ସଂକ୍ରମିତ ହୋଇ ବି ବୁଲୁଛନ୍ତି ସୁରଭାଇ

କରୋନା ସଂକ୍ରମିତ ହୋଇ ସର୍ବସାଧାରଣରେ ବୁଲୁଥିବା ବିଧାୟକ ସୁରେଶ ରାଉତରାୟ ସୁପର ସ୍ପ୍ରେଡର ହେବେନି ତ ? କାହିଁକି ରହୁନାହାନ୍ତି ଘରେ ?

ଅଦ୍ୟତନ ହୋଇଛି
MLA Sura Routray

MLA Sura Routray

Advertisment

ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଖାମଖିଆଲ ମନୋଭାବ ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କର କୋଭିଡ୍ ପଜିଟିଭ୍ ବାହାରିଛି। ତଥାପି ଆଜି ସେ ଭୁବନେଶ୍ୱର କଂଗ୍ରେସ ଭବନ ଓ ସୂଚନା ଭବନ ଆସି ସର୍ବସାଧାରଣରେ ବୁଲୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପଚାରିବାରୁ ସୁର ଓଲଟା ଯୁକ୍ତି ବାଢ଼ିଛନ୍ତି କହିଛନ୍ତି, ସେ ଲକ୍ଷେ ୨୨ ହଜାର ଟଙ୍କା ଦେଇ ଇଂଜେକ୍ସନ ନେଇଛନ୍ତି। ତେଣୁ କିଛି ଅସୁବିଧା ନାହିଁ। ଏହାଦ୍ୱାରା ସେ କାହାରିକୁ ସଂକ୍ରମିତ କରିବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

Advertisment

ଏହା ସହ ନଭେମ୍ବର ୨୧ ରେ ମହତାବ ଜୟନ୍ତୀ ମଧ୍ୟ ଆୟୋଜନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଆସିବାର କାରଣ ହେଉଛି, ମହତାବ ଜୟନ୍ତୀ ପାଳନ ହେବା ଦରକାର। ଏମିତିକି ମୁଁ ଚାଲିଗଲେ ବି ମହତାବ ଜୟନ୍ତୀ ବି ବନ୍ଦ ହେବନି। ଏଥର ମହତାବଙ୍କ ଜୟନ୍ତୀ ଉତ୍ସବରେ ପାଇକମାନେ ଆସୁଛନ୍ତି। ସେଥିପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଲା।  

ତେବେ ପ୍ରଶ୍ନ ଉଠୁଛି, କରୋନା ସଂକ୍ରମିତ ହୋଇ ସର୍ବସାଧାରଣରେ ବୁଲୁଥିବା ବିଧାୟକ ସୁରେଶ ରାଉତରାୟ ସୁପର ସ୍ପ୍ରେଡର ହେବେନି ତ ? ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ କରୋନାରେ ସଂକ୍ରମିତ ହୋଇଥିବା ନେଇ ଗତକାଲି ପରିବାର ପକ୍ଷରୁ ସୂଚନା ମିଳିଥିଲା। ଖାଲି ସୁର ନୁହଁନ୍ତି ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ନିକଟରେ ସୁରଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଲୋକଙ୍କୁ କରୋନା ପରୀକ୍ଷା ପାଇଁ କୁହାଯାଇଛି । ସେମାନେ ତୁରନ୍ତ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ନିଜକୁ ସଂଗରୋଧରେ ରଖନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

Advertisment
Congress COVID19 Sura Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ