ଓମିକ୍ରନ୍‌ କହର ! ବିଶ୍ୱରେ ୧୦୮ ଦେଶ, ଦେଶରେ ୧୭ ରାଜ୍ୟକୁ ମାଡ଼ିଲାଣି

ବିଶ୍ୱରେ ୧୦୮ ଦେଶରେ ୧ ଲକ୍ଷ ୫୧ ହଜାର ଓମିକ୍ରନ୍ ଆକ୍ରାନ୍ତ । ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇ ୨୬ ଜଣଙ୍କ ମୃତ୍ୟୁ ଘଟିଛି କହିଲେ ରାଜେଶ ଭୂଷଣ । ବ୍ରିଟେନରେ ସର୍ବାଧିକ ୯୦ ହଜାର ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଡେନମାର୍କରେ ୩୦ ହଜାର ଓ କାନାଡ଼ାରେ ୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Rajesh Bhusan

ନୂଆଦିଲ୍ଲୀ: ଓମିକ୍ରନ୍ ସଂକ୍ରମଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା । ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିଛି ଓମିକ୍ରନ୍ । ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୩୫୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ୩୫୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ ସୁସ୍ଥ ହୋଇଗଲେଣି ।

ବିଶ୍ୱରେ ୧୦୮ ଦେଶରେ ୧ ଲକ୍ଷ ୫୧ ହଜାର ଓମିକ୍ରନ୍ ଆକ୍ରାନ୍ତ । ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇ ୨୬ ଜଣଙ୍କ ମୃତ୍ୟୁ ଘଟିଛି କହିଲେ ରାଜେଶ ଭୂଷଣ । ବ୍ରିଟେନରେ ସର୍ବାଧିକ ୯୦ ହଜାର ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଡେନମାର୍କରେ ୩୦ ହଜାର ଓ କାନାଡ଼ାରେ ୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ପୁଣି ଥରେ ଚିନ୍ତା ବଢ଼ାଇଲାଣି ମହାରାଷ୍ଟ୍ରରେ କରୋନା ସ୍ଥିତି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୧, ୧୭୯ କରୋନା ଆକ୍ରାନ୍ତ । ସେଥିରୁ କେବଳ ମୁମ୍ବାଇରୁ ୬୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ବି ରହିଛନ୍ତି । ୭୭ ଦିନ ପରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି । ଯାହା ପରେ ଏବେ ଟେଷ୍ଟିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି ।

ମହାରାଷ୍ଟ୍ରରେ ଏଯାଏଁ ୬୫ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୬୪ ଜଣ ଆକ୍ରାନ୍ତ ରହିଛନ୍ତି । ସେହିଭଳି କର୍ଣ୍ଣାଟକ ଓ କେରଳରେ ଏହି ସଂଖ୍ୟା ୩୧ରେ ପହଞ୍ଚିଛି । ଏହାପରେ ମୋଟ୍ ଦେଶରେ ଏହି ଟାଲି ୩୦୦କୁ ବୃଦ୍ଧି ପାଇଛି । ସେପଟେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ରାତି ୧୧ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ।