Advertisment

କରୋନା ସଂକ୍ରମଣ ଖସୁଛି: ୪୩୩ ଜିଲ୍ଲାରେ ୫%ରୁ କମ୍ ପଜିଟିଭିଟି

ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି। ଆଇଏଲଏସ୍‌ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ଏହି ସୂଚନା।

undefined

Covid Test

Advertisment

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟରେ ଏନେଇ ସୂଚନା ଦିଆଯାଇଛି। ଜାନୁଆରୀ ୨୪ରୁ ସଂକ୍ରମଣ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି। ଜାନୁଆରୀ ୨୪ରେ ଦେଶରେ ପଜିଟିଭିଟି ରେଟ୍ ୨୦.୭୫ ପ୍ରତିଶତ ଥିବାବେଳେ ଏବେ ଏହା ୪.୪୪ ପ୍ରତିଶତକୁ ଖସିଆସିଛି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ୍ କହିଛନ୍ତି, ମହାରାଷ୍ଟ୍ର, ଦିଲ୍ଲୀ ସହ ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଦେଶର ୧୪୮ ଜିଲ୍ଲାରେ ଏବେ ୧୦%ରୁ କମ୍ ପଜିଟିଭିଟି ରେଟ୍ ରହିଛି। ୪୩୩ ଜିଲ୍ଲାରେ ୫%ରୁ କମ୍ ପଜିଟିଭିଟି କେସ୍ ଚିହ୍ନଟ ହେଉଛନ୍ତି। ତେବେ କିଛି ରାଜ୍ୟରେ ଏବେ ବି ଚିନ୍ତାଜନକ ପରିସ୍ଥିତି ରହିଛି।କେରଳ, ମିଜୋରାମ ଏବଂ ହିମାଚଳ ପ୍ରଦେଶରେ ବଢ଼ୁଥିବା ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ଏପଟେ ରାଜ୍ୟରେ ଆଉ ୧ ହଜାର ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧତ୍କ ୧୨ ଆକ୍ରାନ୍ତଙ୍କ ପ୍ରାଣହାନୀ ହୋଇଛି।

ସେପଟେ ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି। ଆଇଏଲଏସ୍‌ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ଏହି ସୂଚନା। ଜାନୁୟାରୀ ୨୭ରୁ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା ଆଇଏଲ୍ଏସ୍ ପକ୍ଷରୁ। ତାମଧ୍ୟରୁ ୬ଟି ନମୂନାରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୂନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି।

Advertisment

ଗଞ୍ଜାମ ଜିଲ୍ଲାରେ ୪୭ଟି ନମୂନାରୁ ୪୭ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅର୍ଥାତ ଏଇଠି ଶତପ୍ରତିଶତ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ତାପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରୁ ଜିନମ ସିକ୍ୱେନ୍ସିଂ କରାଯାଇଥିବା ୪୯ଟି ନମୂନାରୁ ୪୫ ଜଣ ଓମିକ୍ରନ୍ ସଂକ୍ରମିତ ରହିଛନ୍ତି। ଡେଲଟା ଭାରିଆଣ୍ଟ ଚିହ୍ନଟ କରାଯାଇଥିଲା ୪ ଜଣଙ୍କ ଜିନମ୍ ସିକ୍ୱେନ୍ସିଂରୁ। ସେହିପରି କଟକରେ ମଧ୍ୟ ଶତ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯାଇଥିଲା। ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ନିର୍ଦ୍ଦେଶକ ଅବଗତ କରିଛନ୍ତି।

COVID19 Omicron Variant Omicron Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ