Advertisment

କର୍ଣ୍ଣାଟକକୁ ଫେରିଲା କୋଭିଡ୍‌ କଟକଣା, ସଂକ୍ରମିତ ବ୍ୟକ୍ତିଙ୍କୁ ୭ ଦିନ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ

JN.1 ଭାରିଆଣ୍ଟ କର୍ଣ୍ଣାଟକରେ ଚିହ୍ନଟ ହେବା ପରେ ମଙ୍ଗଳବାର କ୍ୟାବିନେଟ୍ ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଦୀନେଶ ଗୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

Covid-19

Covid-19

Advertisment

କର୍ଣ୍ଣାଟକକୁ ଫେରିଲା କ୍ୱାରେଣ୍ଟାଇନ୍‌। କରୋନାର ନୂଆ ଭାରିଆଣ୍ଟ JN.1 ପାଇଁ ସତର୍କ ହେଲା କର୍ଣ୍ଣାଟକ ସରକାର। ତେବେ କୋଭିଡ୍‌ କେସ୍‌ ବଢ଼ୁଥିବାରୁ ଦେଖି କଟକଣା ଜାରି କରିଛି କର୍ଣ୍ଣାଟକ ସରକାର। ଯେଉଁମାନେ କୋଭିଡ୍ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି ସେମାନେ ୭ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ତାଙ୍କ ସଂପର୍ଶରେ ଯେଉଁମାନେ ଆସିଥିବେ ସେମାନଙ୍କର କୋଭିଡ୍‌ ଟେଷ୍ଟ କରାଯିବ ବୋଲି ମଧ୍ୟ କୁହାଯାଇଛି। ହୋମ୍‌ ଆଇସୋଲେସନ୍‌ରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର କର୍ମଚାରୀ ୭ ଦିନ ଛୁଟି ପାଇବେ। ଗତ ୨୪ ଘଣ୍ଟାରେ କର୍ଣ୍ଣାଟକରେ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

JN.1 ଭାରିଆଣ୍ଟ କର୍ଣ୍ଣାଟକରେ ଚିହ୍ନଟ ହେବା ପରେ ମଙ୍ଗଳବାର କ୍ୟାବିନେଟ୍ ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଦୀନେଶ ଗୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ପ୍ରତିଦିନ କୋଭିଡ୍ କେସ୍‌ ବଢ଼ୁଥିବାରୁ ସରକାର ଖୁବ୍‌ ଶୀଘ୍ର ଏକ ନିର୍ଦ୍ଦେଶାବଳୀ ଜାରି କରିବେ ବୋଲି ସୂଚନା ମିଳିଛି। ତେବେ ଆଗକୁ ଜିରୋ ନାଇଟ୍‌ ଓ ନୂଆ ବର୍ଷ ଥିବାରୁ ସେଥିରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ। ସେହିପରି ଆନ୍ତଃରାଜ୍ୟ ଭ୍ରମଣରେ ମଧ୍ୟ କୌଣସି ପ୍ରତିବନ୍ଧକ ନାହିଁ। କେବଳ ବରିଷ୍ଠ ନାଗରିକ ଓ ରୋଗୀମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ଥଣ୍ଡା, ଜ୍ୱର କିମ୍ବା କାଶ ହେଉଥିବା ସେମାନେ ବିଦ୍ୟାଳୟ ନ ଆସିବାକୁ ପିତାମାତାଙ୍କୁ ପରାମର୍ଶ ଦିଆଯାଇଛି।

Odisha News COVID-19 Karnataka 7-Day Home Isolation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ