Advertisment

ଏଣିକି ଗୋଟିଏ ହ୍ୱାଟସ୍‌ଆପ ମେସେଜ୍‌ରେ ମିଳିବ ଭାକ୍ସିନେସନ ସାର୍ଟିଫିକେଟ

ଆଗକୁ କରୋନା କଟକଣା କୋହଳ ହେଲେ ବି, ଟିକାକରଣ ସାର୍ଟିଫିକେଟ୍‌ର ଆବଶ୍ୟକତା ଆହୁରି ବଢ଼ିଯିବ। ଏହାକୁ ଦୃଷ୍ଟିରେ ରଖି, ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ହାସଲ ପ୍ରକ୍ରିୟାକୁ ଅତି ସହଜ କରିଦେଇଛନ୍ତି କେନ୍ଦ୍ର ସରକାର।

ଅଦ୍ୟତନ ହୋଇଛି
ଏଣିକି ଗୋଟିଏ ହ୍ୱାଟସ୍‌ଆପ ମେସେଜ୍‌ରେ ମିଳିବ ଭାକ୍ସିନେସନ ସାର୍ଟିଫିକେଟ

Covid certificates

Advertisment

ନୂଆଦିଲ୍ଲୀ: ଟ୍ରେନଠାରୁ ଆରମ୍ଭ କରି ମେଟ୍ରୋ, ମଲ୍‌,  ସିନେମା ହଲ୍ ସବୁଠି ଆବଶ୍ୟକ ପଡ଼ୁଛି କରୋନା ଟିକାକରଣ ସାର୍ଟିଫିକେଟ୍  । ଡବଲ୍ ଡୋଜ୍ ଟିକା ନେଇଛନ୍ତି କି ନାହିଁ ?  ସେକେଣ୍ଡ୍ ଡୋଜ୍ ଟିକା ନେବାର କେତେ ଦିନ ବିତିଛି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପରେ ହିଁ  ପ୍ରବେଶ ପାଇଁ ମିଳୁଛି ଅନୁମତି।  ତେବେ ଆଗକୁ କରୋନା କଟକଣା କୋହଳ ହେଲେ ବି, ଟିକାକରଣ ସାର୍ଟିଫିକେଟ୍‌ର ଆବଶ୍ୟକତା ଆହୁରି ବଢ଼ିଯିବ। ଏହାକୁ ଦୃଷ୍ଟିରେ ରଖି, ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ହାସଲ ପ୍ରକ୍ରିୟାକୁ ଅତି ସହଜ କରିଦେଇଛନ୍ତି କେନ୍ଦ୍ର ସରକାର।

Advertisment

 ଏଣିକି କେଇ ସେକେଣ୍ଡ୍ ଭିତରେ ପାଇହେବ କରୋନା ଟିକା ସାର୍ଟିଫିକେଟ୍ । ଟିକା ନେଇଥିବା ବ୍ୟକ୍ତି ଅତି ସହଜରେ ଏହାକୁ ଡାଉନ୍‌ଲୋଡ କରିପାରିବେ ନିଜ ମୋବାଇଲ୍‌ରେ ।  ଆଉ କୋ-ଓ୍ୱିନ୍ ପୋର୍ଟାଲ୍‌କୁ  ଯିବାର  ଆବଶ୍ୟକତା ନାହିଁ  । ହ୍ୱାଟ୍‌ସଆପ୍‌ରେ ସିଧାସଳଖ ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ପଠାଇଦେବେ ସରକାର।  ବିନା କୌଣସି ଝାମେଲାରେ ମିଳିପାରିବ ପ୍ରମାଣପତ୍ର। ମାତ୍ର ୩ଟି ସହଜ ଷ୍ଟେପ୍‌ରେ ଜନସାଧାରଣ ସେମାନଙ୍କ ଟିକାକରଣ ପ୍ରମାଣପତ୍ର ପାଇପାରିବେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

Advertisment

ତେବେ କେମିତି ପାଇବେ ହ୍ୱାଟ୍‌ସଆପ୍‌  ଜରିଆରେ କରୋନା ଟିକାକରଣ ସାର୍ଟିଫିକେଟ୍ ? କ’ଣ କରିବାକୁ ହେବ ? ଆସନ୍ତୁ ଜାଣିବା। 

ଆପଣ ଯଦି କରୋନା ଟିକା ନେଇସାରିଛନ୍ତି, ତେବେ ପ୍ରଥମେ ନିଜ ମୋବାଇଲରେ 9013151515 ନମ୍ବରକୁ ସେଭ୍ କରନ୍ତୁ  ।   ଏହାପରେ ସେହି ନମ୍ବରର ହ୍ୱାଟ୍‌ସଆପ୍‌ରେ  ଇଂଲିଶ୍‌ରେ  କୋଭିଡ୍ ସାର୍ଟିଫିକେଟ୍ ଲେଖି ସେଣ୍ଡ୍ କରିଦିଅନ୍ତୁ । ଏହାପରେ ଆପଣଙ୍କ ଟିକାକରଣ ବେଳେ କୋ-ଓ୍ୱିନ୍‌ରେ ରେଜିଷ୍ଟର୍ ହୋଇଥିବା ମୋବାଇଲ୍ ନମ୍ବରୁ ଏକ ଓଟିପି ଆସିବ । ଏହି ଓଟିପିକୁ ସେହି ହ୍ୱାଟ୍‌ସଆପ୍‌ ନମ୍ବରରେ ପଠାଇଦେଲେ ସିଧାସଳଖ ଟିକାକରଣ ସାର୍ଟିଫିକେଟ୍ ଆସିଯିବ।  ତେବେ ଗୋଟିଏ ନମ୍ବରରେ ପଞ୍ଜୀକରଣ କରି ଏକାଧିକ ଲୋକ ଟିକା ନେଇଥିଲେ, ସେମାନଙ୍କ ନାଁ ସଂଖ୍ୟାନୁକ୍ରମିକ ଭାବେ ଆସିବ ଏବଂ ଆପଣ କାହାର ସାର୍ଟିଫିକେଟ୍ ପାଇବାକୁ ଚାହୁଁଛନ୍ତି, ସେହି ସଂଖ୍ୟାକୁ ସେଣ୍ଡ୍ କଲେ ତାଙ୍କର ସାର୍ଟିଫିକେଟ୍ ଆସିଯିବ। 

Advertisment
COVID-19 Vaccine COVID Vaccines In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ