ଏଣିକି ଖୁବ୍ ସହଜରେ ହେବ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ । ଏଥିପାଇଁ ରାଜ୍ୟରେ ପହଞ୍ଚିସାରିଛି ଓମିସିଓର କିଟ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଓମିକ୍ରନ ପରୀକ୍ଷା ନେଇ ସେ କହିଛନ୍ତି, ରାଜ୍ୟରେ ଓମିସିୟୋର କିଟ୍ ପହଞ୍ଚି ସାରିଛି । କିଟ୍ ପହଞ୍ଚବା ପରେ ଡ୍ରାଏ ରନ୍ ଚାଲିଛି, ଇଣ୍ଟରନାଲ ଷ୍ଟଡି ପାଇଁ ବ୍ୟବହାର ହେବ । ଯେଉଁ ଜିଲ୍ଲାରେ ଅଧତ୍କ ପଜିଟିଭ କେସ୍ ଆସୁଛି, ସେଠାକୁ କିଟ୍ ପଠାଯିବ । ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ ।
ରାଜ୍ୟରେ ଏବେ ସୁଦ୍ଧା ୩୦ ହଜାର ଓମିସିୟୋରର କିଟ୍ ପହଞ୍ଚି ସାରିଛି । ପ୍ରାଥମିକ ପର୍ଯ୍ୟାୟରେ ୪ଟି ସହରରେ ଏହାକୁ ବ୍ୟବହାର କରାଯିବ । ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱରରେ ବ୍ୟବହାର ହେବ । ଓମିସିୟୋର କିଟ୍ ବ୍ୟବହାର ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।
Also Read
ଅନ୍ୟପଟେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି, କିଛି ସ୍ଥାନରେ ଆର୍ ଭାଲ୍ୟୁ ଅଧିକ ରହିବ । ଭୟଭୀତ ହୁଅନ୍ତୁନି, ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ । କେତେ ଟେଷ୍ଟିଂ ବଢ଼ାଯାଇ ପାରିବ ସ୍ୱାସ୍ଥ୍ୟ ବିଭାଗ ବିଚାର ବିମର୍ଶ କରୁଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟିଂ ବଢ଼ାଇବାକୁ କାର୍ଯ୍ୟ କରୁଛୁ । ଲକ୍ଡାଉନ୍ କି ସଟ୍ଡାଉନ୍ କରିବା ଭଳି ସ୍ଥିତି ରାଜ୍ୟରେ ଆସିନାହିଁ ।
ତେବେ ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଅଡିଟ୍ ପ୍ରୋସେସ୍ରେ ଆଉ ୬ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା । ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଭଦ୍ରକ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ । ଜଗତସିଂହପୁର ଓ ଝାରସୁଗୁଡ଼ାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୯୪କୁ ବୃଦ୍ଧି ।