Advertisment

ଅଧିକ କୋଭିଡ୍ ପଜିଟିଭ୍ ବାହାରିଲେ ଭଲ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନେ ଆଇସୋଲସେନରେ ରହିଲେ ସଂକ୍ରମଣକୁ କମାଯାଇପାରିବ।

Corona Doctor

Corona Doctor

Advertisment

ଭୁବନେଶ୍ୱର: ରାଜ୍ୟରେ କୋଭିଡ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ଚାଲିଛି। ସେର୍ଭେଲାନ୍ସ ସହ ରାଜ୍ୟରେ ଟେଷ୍ଟିଂ ଭଲ ଅଛି। ଏବେ କୋଭିଡ ସଂକ୍ରମଣ ତଳମୁହାଁ ହେଉଛି, ଆହୁରି ୪ରୁ ୫ ଦିନ ସଂକ୍ରମଣ ସଂଖ୍ୟା ଉପରେ ନଜର ରଖିବାକୁ ପଡ଼ିବ। ରାଜ୍ୟରେ ସଂକ୍ରମଣ ତଳମୁହାଁ ହେଉଛି, ତାହାକୁ ସମାନ୍ତରାଳ ସ୍ଥିତିରେ ଗତି କରୁଛି ବୋଲି କହିପାରିବା। 

Advertisment

ଯାହାରବି ସାମାନ୍ୟ ଲକ୍ଷଣ ଦେଖା ଦେଉଛି ଟେଷ୍ଟ କରାଇନେବା ଲାଗି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅଧିକ ପଜିଟିଭ ବାହାରିଲେ ଭଲ, ଡରିବାର କିଛି ନାହିଁ।ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନେ ଆଇସୋଲସେନରେ ରହିଲେ ସଂକ୍ରମଣକୁ କମାଯାଇପାରିବ। ରାଜ୍ୟରେ ଏବେ ବି ୬ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ଯାଉଥିବା ୮୦ରୁ ୯୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ଆଶଙ୍କା ରହିଛି।

ରାଜ୍ୟରେ ଆଜି ୯ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୬୯୯, ଲୋକାଲ୍ କେସ୍ ୪୧୩୪ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୭୨ ଚିହ୍ନଟ ହୋଇଛନ୍ତି। 

Advertisment
COVID19 Omicron Variant Omicron Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ