Advertisment

ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉଛି କି ଓଡ଼ିଶା?

ରାଜ୍ୟର ଦୈନିକ କୋଭିଡ୍ ସଂକ୍ରମଣ ହଠାତ୍ ୪୨% ବଢ଼ିଯାଇଛି। ଗତକାଲି ରାଜ୍ୟରେ ୨୯୮ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏ ସଂଖ୍ୟା ୪୨୪ରେ ପହଞ୍ଚିଛି।

omicron Variant

omicron Variant

Advertisment

ଭୁବନେଶ୍ୱର: ରାଜ୍ୟରେ ମାଡ଼ିଗଲାଣି କି ଓମିକ୍ରନ୍? ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉଛି କି ଓଡ଼ିଶା? କାରଣ ଆଜି ରାଜ୍ୟରେ ଚିହ୍ନଟ ୨୩ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି। ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ ସଂକ୍ରମିତ  ୧୧ ବିଦେଶ ଫେରନ୍ତା ହୋଇଥିବା ବେଳେ ୧୨ ଜଣ ସ୍ଥାନୀୟ ସଂକ୍ରମିତ। ଏସବୁ କେସ୍ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ୭ ଜଣ, ଖୋର୍ଦ୍ଧାରୁ ୪, ପୁରୀ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ବୌଦ୍ଧ ଓ ଅନୁଗୁଳରୁ ୨ ଲେଖାଏଁ, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁସାରେ  କେନ୍ଦୁଝର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସ୍ଥାନୀୟ ସଂକ୍ରମିତ। ଆଜି ଚିହ୍ନଟ ହୋଇଥିବା ୨୩ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ମହିଳା। ସମସ୍ତଙ୍କ ବୟସ ୮ରୁ ୮୩ ବର୍ଷ ମଧ୍ୟରେ। ସେପଟେ ପୂର୍ବର ୧୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୭ରେ। ସେଥିମଧ୍ୟରୁ ଜଣେ ଆରୋଗ୍ୟ ହୋଇଛନ୍ତି। 

ଏପଟେ ରାଜ୍ୟର ଦୈନିକ କୋଭିଡ୍ ସଂକ୍ରମଣ ହଠାତ୍ ୪୨% ବଢ଼ିଯାଇଛି। ଗତକାଲି ରାଜ୍ୟରେ ୨୯୮ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏ ସଂଖ୍ୟା ୪୨୪ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଓମିକ୍ରନ୍ କାରଣରୁ ଏବେ ରାଜ୍ୟ ଓ ଦେଶରେ ସଂକ୍ରମଣ ଉପରମୁହାଁ। ପ୍ରତି ଦୁଇ, ଅଢ଼େଇ ଦିନରେ ଦୁଇଗୁଣା ହେଉଛି କୋଭିଡ୍ ସଂକ୍ରମଣ। ଯେଉଁ ହାରରେ ସଂକ୍ରମଣ ବଢ଼ୁଛି, ଏକ ସମୟରେ ରୋଗୀ ସଂଖ୍ୟା ବୃଦ୍ଧି କୋଭିଡ୍ ମୁକାବିଲା ଲାଗି ବଡ଼ ଆହ୍ୱାନ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

Advertisment

ସେପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବ କିଶୋରଙ୍କ ଟୀକାକରଣ। ଏଥିପାଇଁ ଶେଷ ହୋଇଛି ପ୍ରସ୍ତୁତି। ଟିକା ନେବାକୁ ଉତ୍ସାହିତ ହୋଇ ଜାନୁଆରୀ ପହିଲାରୁ ନାମ ପଞ୍ଜିକରଣ ସହ ସ୍ଲଟ୍ ବୁକିଂ ଆରମ୍ଭ କରିଦେଲେଣି କିଶୋର କିଶୋରୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, କେବଳ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କ ଲାଗି ରାଜ୍ୟରେ ୯୩୯ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯାଇଛି। ମାସକ ଭିତରେ କିଶୋରଙ୍କ ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏମିତିକି କିଶୋରଙ୍କ ଟିକାକରଣରେ ଶିକ୍ଷା ବିଭାଗଠାରୁ ଶିକ୍ଷକଙ୍କ ସହଯୋଗ ଲୋଡ଼ିଛି ସ୍ୱାସ୍ଥ୍ୟ ବିଭାଗ।

ଦେଶରେ ବି ଚିନ୍ତାଜନକ ସ୍ଥିତିରେ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୭ ହଜାର ୫୫୩ ଆକ୍ରାନ୍ତ। ୨୮୪ ଜଣଙ୍କର ମୃତ୍ୟୁ ବି ହୋଇଛି କୋଭିଡ୍ ସ୍ଥିତି ଓ ଟିକାକରଣ ଅଗ୍ରଗତିର ସମୀକ୍ଷା ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଏପଟେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସ୍କୁଲ, କଲେଜ, ସାଲୁନ, ସ୍ପା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର।

Advertisment

ରିପୋର୍ଟ: ଅଶୋକ ବ୍ରହ୍ମା, ପଓ୍ୱନ ତିୱାରୀ, ଅତୁଲ୍ୟ ବାଉତ ଓ କପିଳେନ୍ଦ୍ର ପ୍ରଧାନ

COVID19 Omicron Variant Omicron Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ