Advertisment

ପାର୍ବଣ ସମୟରେ ଭିଡ଼ ସଂକ୍ରମଣ ବଢ଼ିବାର କାରଣ ହେବ କି?

ସର୍ଭିଲାନ୍ସ ଚାଲିଛି, ଧୀରେ ଧୀରେ ଜଣାପଡିବ ଭିଡରେ କେତେ ସଂକ୍ରମଣ ବଢିଛି। ଭିଡକୁ ଯାଇଥିବା ଲୋକମାନଙ୍କର ଲକ୍ଷଣ ଆସିଲେ ସେମାନେ ପରୀକ୍ଷା କରେଇନେବା ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସ୍କୁଲ ଖୋଲିଲା ପରେ ଲକ୍ଷଣ ଥିବା ପିଲାଙ୍କ ଟେଷ୍ଟିଂ ହେବ।

Covid infection due to festive crowd

Covid infection due to festive crowd

Advertisment

ଭୁବନେଶ୍ୱର: ପାର୍ବଣ ସରିଛି, ଏବେ ରାଜ୍ୟ ସରକାରଙ୍କୁ ଘାରିଛି ସଂକ୍ରମଣ ବଢ଼ିବା ଭୟ। ଏହାରି ମଧ୍ୟରେ ପାର୍ବଣ ସମୟରେ ବଢ଼ିଥିବା ଭିଡ଼ କଣ ସଂକ୍ରମଣ ବଢ଼ିବାର କାରଣ ହେବ କି? ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ପାର୍ବଣ ସମୟରେ ହୋଇଥିବା ଭିଡ଼ ଉପରେ ନଜର ରହିଥିବା ସେ କହିଛନ୍ତି। ପୂଜା ସମୟରେ କେତେ ସଂକ୍ରମଣ ବଢିଛି ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଜଣାପଡ଼ିବ।

Advertisment

ସର୍ଭିଲାନ୍ସ ଚାଲିଛି, ଧୀରେ ଧୀରେ ଜଣାପଡିବ ଭିଡରେ କେତେ ସଂକ୍ରମଣ ବଢିଛି। ଭିଡକୁ ଯାଇଥିବା ଲୋକମାନଙ୍କର ଲକ୍ଷଣ ଆସିଲେ ସେମାନେ ପରୀକ୍ଷା କରେଇନେବା ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସ୍କୁଲ ଖୋଲିଲା ପରେ ଲକ୍ଷଣ ଥିବା ପିଲାଙ୍କ ଟେଷ୍ଟିଂ ହେବ।

ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି। ସ୍କୁଲ ଖୋଲିଲେ ସବୁ ଶିକ୍ଷକ ଡବଲ ଡୋଜ ଟିକା ନେଇଥିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ। ଯେଉଁଠି ଛାତ୍ର ଛାତ୍ରୀଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବ, ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ନେଇ ଗୁରୁତ୍ୱ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Advertisment

୨୪ ଘଣ୍ଟାରେ ରାଜ୍ୟରେ ୩୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୭ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୪୯ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୮୬ ପଜିଟିଭ୍‌ ବାହାରିଛନ୍ତି। ସେହିପରି ଆଉ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୮୨ରେ ପହଞ୍ଚିଛି। 

COVID-19 Corona Corona Updates Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ