Advertisment

ଟିକାକରଣକୁ ବର୍ଷେ, ହେଲେ ଏବେ ବି ଲୋକଙ୍କ ମନାରୁ ଯାଇନି ଭୟ

ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।

undefined

Corona Vaccination

Advertisment

୨୦୨୧ ଜାନୁଆରୀ ୧୬ରୁ ସ୍ୱାସ୍ଥ୍ୟକର୍ମୀ, ଫେବ୍ରୁଆରୀ ୨ରୁ ଫ୍ରଣ୍ଟଲାଇନ୍ ଓ୍ୱାର୍କର, ମାର୍ଚ୍ଚ ୧ରୁ ୬୦ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୫ରୁ ଅଧିକ ବହୁବିଧ ଆକ୍ରାନ୍ତ । ମହାମାରୀର ମହା ମୁକାବିଲା ପାଇଁ ଗତବର୍ଷ ତମାମ, ବିଭିନ୍ନ ସମୟରେ ଏମିତି ଦେଶରେ ଆଗେଇ ଚାଲିଥିଲା କୋଭିଡ୍ ଟିକାକରଣ ଅଭିଯାନ । ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।

Advertisment

ବହୁ ଗବେଷଣା, ପରୀକ୍ଷା-ନିରୀକ୍ଷା ଓ ପ୍ରତୀକ୍ଷା ପରେ ଏଇବର୍ଷ ପ୍ରାରମ୍ଭ ଅର୍ଥାତ୍ ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇଛି ୧୫ରୁ ୧୮ ବର୍ଷ ମଧ୍ୟର କିଶୋର ବର୍ଗଙ୍କୁ ଟିକାକରଣ । ଖୁସିର କଥା ମାତ୍ର ୨ ସପ୍ତାହ ଭିତରେ ଏହି ବର୍ଗରେ ୩କୋଟି ୪୦ ଲକ୍ଷ ଡୋଜ୍ ଟିକା ଦିଆ ସରିଲାଣି । ଅଦ୍ୟାବଧି ଦେଶରେ ପ୍ରାୟ ୧୫୭ କୋଟି ଡୋଜ୍ କୋଭିଡ୍ ଟିକାକରଣ ସରିଥିବା ବେଳେ ୯୨ ପ୍ରତିଶତ ପ୍ରାପ୍ତ ବୟସ୍କ କୋଭିଡ୍‌ର ପ୍ରଥମ ଡୋଜ୍ ଓ ପ୍ରାୟ ୭୦ ପ୍ରତିଶତ ବୟସ୍କ ଦୁଇ ଡୋଜ୍ ଟିକା ନେଇ ସାରିଲେଣି ।

ସେହିପରି ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ବୁଷ୍ଟର ଡୋଜ୍ ବି ପ୍ରାୟ ୪୩ ଲକ୍ଷ ଲୋକଙ୍କୁ ଦିଆ ସରିଲାଣି । ବଡ଼ ଉପଲବ୍ଧିକ୍ରମେ ଗତବର୍ଷ ଅକ୍ଟୋବର ୨୧ରେ ଶହେ କୋଟି ଡୋଜ୍ ମାର୍କ ଛୁଇଁଥିଲା ବେଳେ ଗତ ଜାନୁଆରୀ ୭ରେ ଏହା ଦେଢ଼ ଶହ କୋଟି ଡୋଜ୍ ମାର୍କ ଅତିକ୍ରମ କରିଛି । ଏଣେ ଓଡ଼ିଶାରେ ୫ କୋଟି ୪୨ ଲକ୍ଷରୁ ଅଧିକ ଡୋଜ୍ ଟିକାକରଣ ସରିଲାଣି । ଯାହାମଧ୍ୟରୁ ୩ କୋଟି ୧୧ ଲକ୍ଷରୁ ଅଧିକ ଫାଷ୍ଟ ଡୋଜ୍ ଓ ୨କୋଟି ୨୮ଲକ୍ଷରୁ ଅଧିକା ସେକେଣ୍ଡ ଡୋଜ୍ ।

Advertisment

କୋଭିଡ୍ ଟିକାକରଣର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଇ, ଟିକାକରଣ ଅଭିଯାନରେ ସାମିଲ ସବୁ ବ୍ୟକ୍ତି ବିଶେଷଙ୍କୁ ସାଲ୍ୟୁଟ୍ କରିଛନ୍ତି । ତାସହ କୋଭିଡ୍ ବିରୋଧୀ ଲଢ଼େଇରେ ଏହା ବଡ଼ ସାମର୍ଥ୍ୟ ସୃଷ୍ଟି କରିଥିବା କହିବା ସହ ଜୀବନ ଓ ଜୀବୀକାକୁ ସୁରକ୍ଷା ଦେବାରେ ସହାୟକ ହୋଇଛି ବୋଲି କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ବି ଟିକାକରଣର ବର୍ଷପୂର୍ତ୍ତି ଅବସରରେ ଅଭିଯାନକୁ ପ୍ରଶଂସା କରିବା ସହ ଆଇସିଏମଆର୍ ଓ ଭାରତ ବାୟୋଟେକ ଉଦ୍ୟମରେ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ନେଇ ଜାରି ସ୍ୱତନ୍ତ୍ର ଡାକ ଟିକଟ ସମ୍ପର୍କରେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ମହାମାରୀ ବିରୋଧୀ ଲଢ଼େଇରେ ବଡ଼ ଅସ୍ତ୍ର ସାଜିଛି ଟିକାକରଣ । ଯେଉଁଥିପାଇଁ କେତେ ପ୍ରୟାସ, କେତେ ସତେନତତା ତଥାପି ସବୁ ଲୋକଙ୍କ ମନରେ ଟିକାକୁ ନେଇ ଦୂର ହୋଇନି ଭୟ । ଏଇ ଯେମିତି ବାଲେଶ୍ୱରର ସବିତା ସେଠୀ ମହାମାରୀ ଆରମ୍ଭ ସମୟରେ ସେ ଗର୍ଭବତୀ ଥିଲେ । ଏବେ ମା ହୋଇ ସାରିଲେଣି ତଥାପି ଡରରେ ଟିକା ନେଇନାହାନ୍ତି । ସେମିତି ଉଦଳା ବ୍ଲକ ଆମ୍ବଡିହାରେ ବସବାସ କରୁଥିବା ଲୋଧା ଓ ମାଙ୍କଡ଼ଇା ସଂପ୍ରଦାୟର ୫୦ରୁ ଅଧିକ ସଦସ୍ୟ ଟିକା ନେବେ ନାହିଁ ବୋଲି ଜିଦ୍ ଧରିଛନ୍ତି ।

Advertisment
COVID-19 Vaccination Drive Corona Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ