Advertisment

କାୟା ମେଲାଉଛି କରୋନା ! ୨୪ ଘଣ୍ଟାରେ ୭୪୩ ଆକ୍ରାନ୍ତ, ୭ ମୃତ

ରାଜ୍ୟରେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ନେଇ ସତର୍କତା । ନୂଆବର୍ଷ ଉତ୍ସବ ଘରେ ପାଳିବାକୁ ସ୍ବାସ୍ଥ୍ୟ ବିଭାଗର ଅପିଲ ।

undefined

Corona Virus

Advertisment

ଦେଶରେ କାୟା ମେଲାଉଛି କରୋନା। ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଛି, ଘାତକ ବି ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ୭୪୩ ନୂଆ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ଜୀବନ ଯାଇଛି। ଆଗକୁ ନୂଆବର୍ଷ ଓ ଜିରୋ ନାଇଟ୍ ସେଲିବ୍ରେସନ ଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଏସବୁକୁ ନଜରରେ ରଖି ଆଗୁଆ ସତର୍କ ହୋଇଛି ଓଡ଼ିଶା।

Advertisment

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିଠି କରି କୋଭିଡ୍ ପାଇଁ ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପଜିଟିଭ ଚିହ୍ନଟ ରୋଗୀଙ୍କ ପାଇଁ ହୋମ୍ ଆଇସୋଲେସନ ପ୍ରୋଟକଲ କଡ଼ାକଡ଼ି କରିବା ସହ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି। ଏମିତିକି ହସ୍ପିଟାଲରେ ସ୍ୱତନ୍ତ୍ର ବେଡ୍ ଓ ଅକ୍ସିଜେନ୍ ବ୍ୟବସ୍ଥା ଥିବା ବେଡ୍ ମହଜୁଦ ରଖିବା ରଖିବା ସହ ଚିହ୍ନଟ ରୋଗୀଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ରେଫର୍ ନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଗାମୀ ଦିନରେ ଆମ ରାଜ୍ୟରେ କୋଭିଡ୍ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଲୋକମାନେ ଘରେ ନୂଆବର୍ଷ ପାଳନ କରନ୍ତୁ । ଥଣ୍ଡା, କାଶ ଥିବା ବ୍ୟକ୍ତି ବାହାରକୁ ନ ଯିବା ସହ ଜରୁରୀ ସ୍ଥିତିରେ ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସକ୍ରିୟ ରୋଗୀ ସଂଖ୍ୟା ୧୩ରେ ସୀମିତ ରହିଛି । ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି ହସପିଟାଲ୍ କର୍ତ୍ତୃପକ୍ଷ । ଏବେ ଅପେକ୍ଷା, ସ୍ୱାସ୍ଥ୍ୟ ବିଭାଗର ସତର୍କତାମୂଳକ ପଦକ୍ଷେପ ରାଜ୍ୟରେ ସମ୍ଭାବ୍ୟ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ କେତେ ରୋକ୍ ଲଗାଇପାରୁଛି।

Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ