Advertisment

୫ ଦିନରେ ଅଢ଼େଇ ଗୁଣା ହେଲାଣି ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟ ସରକାର ସଂକ୍ରମଣ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ସେପଟେ ଅଫଲାଇନ୍ କ୍ଲାସ ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରତି ସଂକ୍ରମଣ ବିପଦ ରହିଛି। ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲଗୁଡ଼ିକୁ ଆଗୁଆ ଆଲର୍ଟ ଜାରି ହୋଇଛି।

omicron Variant

omicron Variant

Advertisment

ଭୁବନେଶ୍ୱର: ଦ୍ରୁତବେଗରେ ମାଡ଼ି ଚାଲିଛି ଓମିକ୍ରନ୍। ଡିସେମ୍ବର ୨୦ରେ ଦେଶର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬। ୫ ଦିନରେ ଅଢ଼େଇ ଗୁଣା ହୋଇ ୪୧୫ ଟପିଲାଣି। ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଓମିକ୍ରନ୍ କେସ୍ ସାମ୍ନାକୁ ଆସିଥିବା ବେଳେ ଏହାପଛକୁ ଦିଲ୍ଲୀରେ ୭୯ ଓ ଗୁଜରାଟରେ ୪୩ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହାପରେ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର। ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ୟୁପି ଓ ପଞ୍ଜାବ ଭଳି ୧୦ ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। କେଉଁ କାରଣରୁ କିଛି ରାଜ୍ୟରେ ଓମିକ୍ରନ୍ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି, ତାହାର କାରଣ ଖୋଜିବ କେନ୍ଦ୍ରୀୟ ଟିମ୍। 

Advertisment

ଏହାସହ ଟିକାକରଣ କମ୍ ଥିବା ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍। ରାଜ୍ୟଗୁଡ଼ିକର ସ୍ଥିତି ଆକଳନ ସହ ସେଠାରେ ଆବଶ୍ୟକ ପ୍ରତିଷେଧକମୂଳକ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଦିନ ସନ୍ଧ୍ୟାରେ ରିପୋର୍ଟ ଦାଖଲ କରିବ। ଏପଟେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ହରିୟାଣାକୁ ଫେରିଛି ନାଇଟ୍ କର୍ଫ୍ୟୁ।  ଓମିକ୍ରନ୍ ମୁକାବିଲା ଲାଗି ୮ଟି ସହରରେ ନାଇଟ୍ କର୍ଫ୍ୟୁ ଗୁଜରାଟ ସରକାର  ଲଗାଇଛନ୍ତି। ଏପଟେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ପାଖାପାଖି ୯ ହଜାର ଯାତ୍ରୀ ବିଦେଶରୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ଶହରୁ ଅଧିକ ଆଟ୍ ରିସ୍କ କଣ୍ଟ୍ରିରୁ ଫେରିଛନ୍ତି। ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୧୪ ଜଣ ପଜିଟିଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪ଟି ଓମିକ୍ରନ୍ କେସ୍ ଚିହ୍ନଟ ହୋଇଛି।

ତେବେ ରାଜ୍ୟ ସରକାର ସଂକ୍ରମଣ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ସେପଟେ ଅଫଲାଇନ୍ କ୍ଲାସ ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରତି ସଂକ୍ରମଣ ବିପଦ ରହିଛି। ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲଗୁଡ଼ିକୁ ଆଗୁଆ ଆଲର୍ଟ ଜାରି ହୋଇଛି। ନୋଡାଲ ଅଫିସର ସ୍କୁଲ ଉପରେ କଡ଼ା ନଜର ରଖିଛନ୍ତି। ଆସନ୍ତା ଜାନୁଆରୀ ୫ରୁ ମାଟ୍ରିକ୍ ସମେଟିଭ୍ ଟେଷ୍ଟ ନିଶ୍ଚିତ ଭାବେ ହେବ ବୋଲି ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। କୋଭିଡ୍ ମୁକାବିଲା ଲାଗି ପୂର୍ବଭଳି ସାନିଟାଇଜର, ମାସ୍କ ଓ ସାମାଜିକ ଦୂରତା ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି ବିଶେଷଜ୍ଞ। ଏହାସହ ଟିକାକରଣ ତ୍ୱରାନ୍ୱିତ କରିବା ଓ ବୁଷ୍ଟର ଡୋଜ୍ ଉପରେ ବିଚାର କରିବାକୁ ସରକାରକୁ ପରାମର୍ଶ ଦେଇଛନ୍ତି।

Advertisment
COVID19 Omicron Variant Omicron Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ