Advertisment

ଆସନ୍ତାକାଲିଠାରୁ ତାଜମହଲର ରାତ୍ରିକାଳୀନ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

କୋରନା ମହାମାରୀ ପାଇଁ ଦୀର୍ଘ ଦିନ ହେବ ଦେଶର ପ୍ରାୟ ସମସ୍ତ ପର୍ଯ୍ୟଟନସ୍ଥଳୀ  ବନ୍ଦ ରହିଛି । ଆଗ୍ରା ତାଜମହଲ ବି ଦୀର୍ଘ ଦିନରୁ ରାତିରେ ବନ୍ଦ ରହୁଛି । ଦୀର୍ଘ ଏକ ବର୍ଷ ପରେ ପୁଣି ଥରେ ତାଜମହଲର  ରାତ୍ରୀ କାଳୀନ ସୌନ୍ଦର୍ଯ୍ୟ ଏବେ ଦେଖିବାକୁ ମିଳିବ।

ଅଦ୍ୟତନ ହୋଇଛି
ଆସନ୍ତାକାଲିଠାରୁ ତାଜମହଲର ରାତ୍ରିକାଳୀନ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

TAJ MAHAL

Advertisment

ଲକ୍ଷ୍ନୌ: କୋରନା ମହାମାରୀ ପାଇଁ ଦୀର୍ଘ ଦିନ ହେବ ଦେଶର ପ୍ରାୟ ସମସ୍ତ ପର୍ଯ୍ୟଟନସ୍ଥଳୀ  ବନ୍ଦ ରହିଛି । ଆଗ୍ରା ତାଜମହଲ ବି ଦୀର୍ଘ ଦିନରୁ ରାତିରେ ବନ୍ଦ ରହୁଛି । ଦୀର୍ଘ ଏକ ବର୍ଷ ପରେ ପୁଣି ଥରେ ତାଜମହଲର  ରାତ୍ରୀ କାଳୀନ ସୌନ୍ଦର୍ଯ୍ୟ ଏବେ ଦେଖିବାକୁ ମିଳିବ। ୨୧ ଅଗଷ୍ଟ ଅର୍ଥାତ ଆସନ୍ତା କାଲିଠାରୁ ପର୍ଯ୍ୟଟକ ତାଜମହଲର ଏହି ନୈସର୍ଗିକ ଶୋଭା ଉପଭୋଗ କରିପାରିବେ । ଏହି ବିଷୟରେ ଅଧିକାରୀମାନେ ସୂଚନା ଦେଇଛନ୍ତି । କୋଭିଡ ପାଇଁ ୧୭ ମାର୍ଚ୍ଚ ୨୦୨୦ ପୂର୍ବରୁ  ତାଜମହଲକୁ ରାତିରେ ବନ୍ଦ କରି ଦିଆଯାଇଥିଲା ।

Advertisment

 ସପ୍ତାହର ସବୁ ଶୁକ୍ରବାରରେ ତାଜମହଲ ବନ୍ଦ ରୁହେ । ରବିବାର ଦିନ ଲକଡାଉନ। ତେଣୁ ୨୧, ୨୩ ଓ ୨୪ ଅଗଷ୍ଟରେ ତାଜମହଲର ରାତ୍ରି ଦର୍ଶନ ଅନୁମତି ମିଳିବ ବୋଲି ଏଏସଆଇ ଅଧିକ୍ଷକ ବସ୍ତନ୍ତ କୁମାର ସ୍ୱର୍ଣ୍ଣକାର ସୂଚନା ଦେଇଛନ୍ତି । ତାଜମହଲର ରାତ୍ରିକାଳୀନ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ୩ଟି ସ୍ଲଟ ରଖାଯାଇଛି।  ରାତି ୮ଟା ୩୦ରୁ ୯ଟା , ୯ଟାରୁ ୯ଟା ୩୦, ୯ଟା ୩୦ରୁ ୧୦ଟା । ପ୍ରତ୍ୟେକ ସ୍ଲଟରେ ୫୦ ପର୍ଯ୍ୟଟକଙ୍କୁ ପ୍ରବେଶର ଅନୁମତି ମିଳିବ । ଆଗ୍ରାର ୨୨ ମାଲ ରୋଡ ସ୍ଥିତ ଏଏସଆଇ କାର୍ଯ୍ୟାଳୟ କାଉଣ୍ଟରରୁ ଗୋଟିଏ ଦିନ ପୂର୍ବରୁ ପର୍ଯ୍ୟଟକମାନେ  ଟିକେଟ ବୁକିଂ କରିପାରିବେ ।

Advertisment

ଟୁରିସିମ ଗିଲ୍ଡ ଅଫ ଆଗ୍ରାର ଉପାଧ୍ୟକ୍ଷ ରାଜିବ ସକ୍ସେନା କହିଛନ୍ତି ଯେ, ଏହା ଏକ ଭଲ ପଦକ୍ଷେପ । କିନ୍ତୁ ରବିବାର ଦିନ ଲକଡାଉନ ସହ ରାତି ୧୦ଟା ପରେ କର୍ଫ୍ୟୁ ଥିବାରୁ ସପ୍ତାହାନ୍ତରେ ଆସୁଥିବା ଯାତ୍ରୀମାନଙ୍କୁ ବେଶି ଆକର୍ଷିତ କରିବ ନାହିଁ। ଏହାସହ ସେ କହିଛନ୍ତି, ପର୍ଯ୍ୟଟକମାନେ ସହରର ରାତ୍ରୀକାଳୀନ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଛନ୍ତି । ରାତି ୧୦ ପରେ ସେମାନେ ନିଜ ହୋଟେଲରେ ରହିବାକୁ ଚାହୁଁନାହାଁନ୍ତି ।

ତାଜମହଲ ୧୬ ଜୁନରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ କରୋନାର ଦ୍ୱୀତିୟ ଲହରୀ ପାଇଁ ବନ୍ଦ ରହିଥିଲା ଏବଂ ୧୬ ତାରିଖରେ ଖୋଲାଯାଇଥିଲା । ଦିନରେ ତାଜମହଲ ଖୋଲା ରହୁଥିଲେ ହେଁ ରାତିରେ ଏହା ବନ୍ଦ ରହୁଥିଲା।

Advertisment
COVID-19 Taj Mahal Reopen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ