Advertisment

ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ୬୦ ହଜାର ପାର

ଦେଶରେ ଆକ୍ଟିଭ କେଶ୍ ୧୨ ଲକ୍ଷ ୭୨ ହଜାର ୭୩ ରହିଛି। ଦେଶରେ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Covid test

Covid test

Advertisment

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ୬୦ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଦୈନିକ ସଂକ୍ରମଣରେ ୬.୭ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଦିନକରେ ୧ ଲକ୍ଷ ୯ ହଜାର ୩୪୫ ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

Advertisment

ତେବେ ଦେଶରେ ଆକ୍ଟିଭ କେଶ୍ ୧୨ ଲକ୍ଷ ୭୨ ହଜାର ୭୩ ରହିଛି। ଦେଶରେ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ଥିବା ଜଣାପଡ଼ିଛି। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୫୩ରେ ପହଞ୍ଚିଛି। ସେପଟେ ଗତ ୨୪ ଘଣ୍ଟାରେ ଦେଶରେ ୩୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୫ ହଜାର ୩୫୦ରେ ପହଞ୍ଚିଛି। ତେବେ କରୋନା ମୁକାବିଲା ଲାଗି ଦେଶରେ ୧୫.୧୭ କୋଟି ଡୋଜ୍ ଟିକା ମହଜୁଦ ରହିଥିବା କୁହାଯାଇଛି।  

ରାଜଧାନୀ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୮ ହଜାର ୮୬୭ ନୂଆ ପଜିଟିଭି ଚିହ୍ନଟ ହୋଇଛିନ୍ତି ଏଯାଏଁ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ପଜିଟିଭିଟି ରେଟ୍ ୨୯ ଦଶମିକ ୨୧ ପ୍ରତିଶତରେ ପହଂଚିଛି ଅର୍ଥାତ ଟେଷ୍ଟ କରୁଥିବା ପ୍ରତି ୩ ଜଣରେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏପଟେ ମୁମ୍ବାଇରେ କିନ୍ତୁ ଦୈନିକ  ସଂକ୍ରମଣରେ ହ୍ରାସ ଦେଖାଦେଇଛି ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୩ ହଜାର ୭୦୨କୁ ଖସିଛି ପୂର୍ବ ଦିନ ଏହା ୧୬ ହଜାର ପାର କରିଥିଲା

Advertisment
COVID19 Omicron Cases In India Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ