Advertisment

ଜାନୁଆରୀରେ ପିକନିକ୍‌ ମନା। ରାତି ୧୦ରୁ ନାଇଟ୍‌ କର୍ଫ୍ୟୁ

ଆବଶ୍ୟକ ସ୍ଥଳରେ କଟକଣାକୁ ଅଧିକ କଡାକଡି କରାଯିବ। ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି।

ଅଦ୍ୟତନ ହୋଇଛି
covid guidelines

covid guidelines

Advertisment

ଭୁବନେଶ୍ୱର: ଜାନୁଆରୀ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ କରିଛନ୍ତି।

  1. ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ।
  2. ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ।
  3. ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଦୋକାନ ଖୋଲା ରହିବ।
  4. ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ।
  5. ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି।
  6. ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନ ମନା।
  7. ପାର୍କ, ବେଳାଭୂମି, ଅନ୍ୟ ପିକନିକ୍‌ ସ୍ପଟରେ ପିକନିକ୍‌ ମନା।
  8. ହୋଟେଲ, ପାର୍କ, ମଲ୍‌ରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମକୁ ବାରଣ।
  9. ଜାନୁଆରୀ ମାସରେ କୌଣସି ଶିକ୍ଷାନୁଷ୍ଠାନ ପିକନିକ ଯାଇପାରିବେନି।
  10. ଶିକ୍ଷାନୁଷ୍ଠାନ ବାର୍ଷିକ ଉତ୍ସବ, ଆନିଭର୍ସାରୀ ପାଳନ ମଧ୍ୟ ସଂପୂର୍ଣ୍ଣ ଭାବେ ମନା।
  11. କୋଭିଡ଼ ନିୟମ ମାନି ଯାତ୍ରା, ମେଲୋଡ଼ି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ। 
  12. ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଅନୁମତିରେ ଚାଲିପାରିବ ଯାତ୍ରା।
  13. ୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ଚାଲିପାରିବ ସିନେମା ହଲ୍।
  14. ସିନେମା ହଲକୁ ଯିବାକୁ ଡବଲ ଡୋଜ୍ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ। 
Advertisment
Omicron Cases In Odisha Omicron Variant Covid Guidelines COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ