କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ସମେତ ୩ କର୍ମଚାରୀ କରୋନା ପଜିଟିଭ୍‌

ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଯଦି ଟ୍ରେଣ୍ଡ୍‌କୁ ଦେଖିବା ଅନ୍ୟ ସ୍ଥାନରେ ଯେଉଁଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇଛି ଆଗାମୀ ଦିନରେ ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

Doctor

ମାଡ଼ି ଚାଲିଛି ମହାମାରୀ । ମେଡିକାଲ୍‌ରେ ପଶିଲା କରୋନା । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍‌ର ତିନି ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଏବଂ ଜଣେ ହସ୍ପିଟାଲ୍ ମ୍ୟାନେଜର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ସଂକ୍ରମିତ ସଙ୍ଗରୋଧରେ ଅଛନ୍ତି । ମିଳିଥିବା ସୂଚନା ମୁତାବକ, ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ସୂଚନାଯୋଗ୍ୟ, ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଯଦି ଟ୍ରେଣ୍ଡ୍‌କୁ ଦେଖିବା ଅନ୍ୟ ସ୍ଥାନରେ ଯେଉଁଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇଛି ଆଗାମୀ ଦିନରେ ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘ଏବେ ସୁଦ୍ଧା ରାଜ୍ୟରେ ସିଭିଅରିଟି ନାହିଁ। ୧୦ରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ ହେବ। କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ, ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ। କିଛିଦିନ ପୂର୍ବେ ICMR ନୂଆ କିଟ୍ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହି କିଟ୍ ଆଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ରାଜ୍ୟରେ ୨୭ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେଇ ନାହାନ୍ତି। ଗୋଟିଏ ଦିନରେ ୮୦ ହଜାରରୁ ଊର୍ଦ୍ଧ୍ୱ କିଶୋର ଟିକା ନେଇଛନ୍ତି। ଏଯାଏ ମୋଟ ୨ ଲକ୍ଷ ୬୪ ହଜାର କିଶୋରଙ୍କୁ ଟିକାକରଣ କରାଯାଇଛି। ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କେଉଁ ବୁଷ୍ଟର ଡୋଜ୍ ଦିଆଯିବ, କେନ୍ଦ୍ର ଜଣାଇନାହିଁ। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ‘ ଟିକାର ୨ଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ପୁରୁଣା ତଥ୍ୟ ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ। ବୁଷ୍ଟର ଡୋଜ ପାଇଁ ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟ ମିଳିବ। ରାଜ୍ୟର ୨୭ ଲକ୍ଷ ଲୋକ ପ୍ରଥମ ଡୋଜ୍, ୨୬ ଲକ୍ଷ ୨ୟ ଡୋଜ୍ ନେଇ ନାହାନ୍ତି। ସେମାନଙ୍କ ଟିକାକରଣ ପାଇଁ ଉଦ୍ୟମ କରାଯାଉଛି।’