Advertisment

କାହିଁକି କରୋନା ଲହରର ପ୍ରଭାବ କମୁନି, ସିଭିୟରିଟି ବଢୁଛି-ଉତ୍ତର ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଭଲ ନାହିଁ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ତଳକୁ ଖସୁନି। ଏସବୁ ଭିତରେ ପୁଣି ଡରଉଛି ତୃତୀୟ ଲହର। ସ୍ଥିତିକୁ ଦେଖି ସତର୍କ ରହିବାକୁ  ଚେତାବନୀ ଦେଇଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଅଦ୍ୟତନ ହୋଇଛି
କାହିଁକି କରୋନା ଲହରର ପ୍ରଭାବ କମୁନି, ସିଭିୟରିଟି ବଢୁଛି-ଉତ୍ତର ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Health Director Vijay Mohapatra

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଭଲ ନାହିଁ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ତଳକୁ ଖସୁନି। ଏସବୁ ଭିତରେ ପୁଣି ଡରଉଛି ତୃତୀୟ ଲହର। ରାଜ୍ୟରେ କରୋନା କଟକଣାର ଅବଧି ଆଜି ଶେଷ ହେଉଛି । ତେଣୁ  ଅଗଷ୍ଟ ମାସ ପାଇଁ ଆଜି  ଆସିପାରେ ନୂଆ ଗାଇଡ ଲାଇନ। ଆଜି ଅପରାହ୍ନ ୩ଟା ୩୦ରେ ଏସ୍ଆରସି ଏ ନେଇ  ଘୋଷଣା କରିବେ ବୋଲି ଜଣାପଡ଼ିଛି ।

Advertisment

କୋଭିଡ ପରିଚାଳନା ନେଇ SRC ପ୍ରଦୀପ ଜେନା ସୂଚନା ଦେଇପାରନ୍ତି ।  ଅଗଷ୍ଟରେ କାଟାଗୋରି ଏ ଜିଲ୍ଲା ଏବଂ କାଟାଗୋରି ବି ଜିଲ୍ଲା ପାଇଁ କଣ ରହିବ କଟକଣା ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାଟାଗୋରି ବି ଜିଲ୍ଲାରେ ଦୋକାନ ବଜାର ଖୋଲିବା ଅବଧି ସରକାର ବଢାଇବେ କି ନାହିଁ ? ମଲ୍, ସିନେମା ହଲ୍ ନେଇ କଣ ରହିବ ଗାଇଡ୍‌ଲାଇନ୍ ତାକୁ ମଧ୍ୟ ଅପେକ୍ଷା ରହିଛି  ।

ରାଜ୍ୟରେ କରୋନା ସଂକ୍ରମଣ ଏବେ ୨ ହଜାର ତଳେ ଥିଲେ ବି ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳକୁ ଖସିନି  । ଅନ୍ୟପଟେ କଟକ ଭୁବନେଶ୍ୱର ଭଳି ବଡ଼ ସହରରେ ସଂକ୍ରମଣ ଖସୁନାହିଁ । ଏଭଳି ସ୍ଥିତିରେ ସରକାରଙ୍କ ନୂଆ ଗାଇଡ୍ଲାଇନ୍‌ରେ କଣ କଟକଣା ରଖିବେ ଏବଂ କେଉଁ କ୍ଷେତ୍ରରେ କୋହଳ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର  ।

Advertisment

Also Read

publive-image

ଗିରଫ ହେଲେ କୋଟିପତି ପିଏସ୍‌

publive-image

ଅଜବ ଚୋର ; ଝିଅ ଦେଖିବାକୁ ଯାଇ ଚୋରି କଲା ମୋବାଇଲ ଫୋନ

publive-image

ନୟାଗଡ଼ର ମାଉଣ୍ଟେନ ମ୍ୟାନ : ୩୦ ବର୍ଷ ଶ୍ରମଦାନ କରି ଗାଁକୁ ସଡ଼କ ତିଆରି କରିଛନ୍ତି ହରିହର

ତେବେ  କରୋନା ସ୍ଥିତିକୁ ଦେଖି ସତର୍କ ରହିବାକୁ  ଚେତାବନୀ ଦେଇଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, କଟକ,ଖୋର୍ଦ୍ଧା ଓ ଜଗତସିଂହପୁର ଭଳି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଛି । ଏଥିପାଇଁ ସତର୍କ ରହିବାକୁ ପଡିବ । କଟକ ଓ ଭୁବନେଶ୍ୱର କରୋନା ସଂକ୍ରମଣ ବୃଦ୍ଧି ହେଉ ନଥିଲେ ମଧ୍ୟ ଉପର ତଳ ହେଉଛି  ।

Advertisment

ପ୍ରତି ମହାମାରୀରେ ଲହର ଆସେ। ମାତ୍ର ଏହି ମହାମାରୀରେ ମ୍ୟୁଟାଣ୍ଟ ହେଉଥିବାରୁ ଲହର ପ୍ରଭାବ ଯେତେ କମ ପଡ଼ିବା କଥା ପଡୁନି  । ତେଣୁ ସିଭିୟରିଟି ବଢୁଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି  ତେଣୁ ଆଜି ଗାଇଡ଼ ଲାଇନ ଘୋଷଣା ବେଳେ ସବୁ ଦିଗକୁ ବିଚାର କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।   ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠି ସର୍ଭିଲାନ୍ସକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ବିଜୟ ମହାପାତ୍ର କହିଛନ୍ତି।

ସୂଚନା ଥାଉ କି, ରାଜ୍ୟରେ  ଆଜି ପୁଣି ୧,୫୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୧୫ କ୍ୱାରେଣ୍ଟିନରୁ ବାହାରିଥିବାବେଳେ ୬୬୩ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟରେ ପୁଣି ୬୮ ଜଣ ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା  ୫,୯୦୨କୁ ବୃଦ୍ଧି ପାଇଛି। 

COVID-19 Covid Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ