Advertisment

ଘାତକ ହେବ କି କରୋନାର ନୂଆ ଭାରିଆଣ୍ଟ୍‌ ? ଜାଣନ୍ତୁ, କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ...

ବର୍ତ୍ତମାନ ସମୟରେ ବିଭିନ୍ନ ଭାରିଆଣ୍ଟ୍‌ ରହିବ। ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ରହିବ। ତେଣୁ ନୂଆ ଭାରିଆଣ୍ଟ୍‌ ଅଧିକ ଘାତକ ହେବ କି ନାହିଁ ସେଭଳି ତଥ୍ୟ ଏପର୍ଯ୍ୟନ୍ତ ଆସି ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

Coronavirus

Coronavirus

Advertisment

କୋଭିଡ଼ର ନୂଆ ଭାରିଆଣ୍ଟ୍‌ ଅଧିକ ଘାତକ ହେବ କି ନାହିଁ ସେଭଳି ତଥ୍ୟ ଏପର୍ଯ୍ୟନ୍ତ ଆସିନାହିଁ।  ପ୍ରାମାଣିକ ତଥ୍ୟ କିଛି ନାହିଁ। ତଥ୍ୟକୁ ଅପେକ୍ଷା କରିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ସମୟରେ ବିଭିନ୍ନ ଭାରିଆଣ୍ଟ୍‌ ରହିବ। ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ରହିବ। ତେଣୁ ନୂଆ ଭାରିଆଣ୍ଟ୍‌ ଅଧିକ ଘାତକ ହେବ କି ନାହିଁ ସେଭଳି ତଥ୍ୟ ଏପର୍ଯ୍ୟନ୍ତ ଆସି ନାହିଁ। ତେଣୁ ତଥ୍ୟକୁ ଅପେକ୍ଷା କରିବାକୁ ପଡ଼ିବ।

Advertisment

ନାଜାଲ୍‌ ଡ୍ରପ୍‌କୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘ସାଇଣ୍ଟିଫିକ୍ ତଥ୍ୟ କହୁଛି ନାଜାଲ ଡ୍ରପ୍ କାମ କରୁଛି। ଗାଇଡଲାଇନ୍‌ ଆସିଲେ ଯାହା କାର୍ଯ୍ୟ କରିବା କଥା କରାଯିବ। କୋଭିଡ୍‌ ମୃତ୍ୟୁ ହାରକୁ ନେଇ ସେ କହିଛନ୍ତି, ‘ବର୍ତ୍ତମାନ ମଧ୍ୟ ବହୁ ରୋଗୀ  ଆଇସିୟୁ ଓ ଭେଣ୍ଟିଲେଟରରେ ଅଛନ୍ତି। ସଂକ୍ରମଣ ପିକ୍‌ ପରେ ମୃତ୍ୟୁ ହାର କମିବାକୁ ୬ ରୁ ୭ ସପ୍ତାହ ଲାଗିବ।’

ରାଜ୍ୟରେ ନୂଆ ୧ ହଜାର ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ଆଉ ୨୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୬୨ ଚିହ୍ନଟ ହୋଇଥିବା ବେଳେ ଏବଂ ଲୋକାଲ୍ କେସ୍ ୬୧୮ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୩୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩ରେ ପହଞ୍ଚିଛି। ସେହିପରି ମୋଟ୍‌ କରୋଡ଼ା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୮୧୮କୁ ବୃଦ୍ଧି ପାଇଛି।  

ସୂଚନାଥାଉ କି, ଓମିକ୍ରନ୍ କରୋନାର ଶେଷ ଭାରିଆଣ୍ଟ୍‌ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ସତର୍କ କରାଇଛି। ଓମିକ୍ରନ୍ ପରବର୍ତ୍ତୀ ଭାରିଆଣ୍ଟ୍‌ ଆହୁରି ଅଧିକ ସଂକ୍ରାମକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। 

Advertisment
Coronavirus Corona Virus New Variant Corona New Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ