Advertisment

ଏଣିକି ବିଦେଶୀଙ୍କୁ ମିଳିବ 'ଭାରତ' ଭ୍ୟାକ୍ସିନ

ବିଶେଷକରି ମେଟ୍ରୋ ସହରଗୁଡ଼ିକରେ ବହୁ ସଂଖ୍ୟାରେ ବିଦେଶୀ ରହୁଥିବାରୁ, ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଲାଗି ମଧ୍ୟ କୋଭିଡ୍ ଟିକା ଦେବା ଲାଗି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହାଫଳରେ ଦେଶରେ ରହୁଥିବା ବିଦେଶୀ ନାଗରିକ ମଧ୍ୟ ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରାଯାଇପାରିବ।

ଅଦ୍ୟତନ ହୋଇଛି
ଏଣିକି ବିଦେଶୀଙ୍କୁ ମିଳିବ 'ଭାରତ' ଭ୍ୟାକ୍ସିନ

vaccine for foreigners

Advertisment

ନୂଆଦିଲ୍ଲୀ: ଏଣିକି ଭାରତରେ ରହୁଥିବା ସମସ୍ତ ବିଦେଶୀ ନାଗରିକ ବି ନେଇପାରିବେ କୋଭିଡ ଟିକା। କୋ ୱିନ୍ ଆପ୍ ମାଧ୍ୟମରେ ପଞ୍ଜୀକରଣ କରି ଟିକା ନେଇପାରିବେ ବିଦେଶୀ ନାଗରିକ। ଏଥିପାଇଁ ସେମାନେ ନିଜ ପାସପୋର୍ଟକୁ ପରିଚୟ ପତ୍ର ଭାବେ ବ୍ୟବହାର କରି କୋଓ୍ୱିନ୍ ଆପରେ ପଞ୍ଜୀକରଣ କରିପାରିବେ ବୋଲି ଟ୍ବିଟ୍  କରି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଏ। ବିଦେଶୀ ନାଗରିକମାନେ କୋଓ୍ୱିନ୍  ପୋର୍ଟାଲରେ ପଞ୍ଜୀକରଣ କରିବା ମାତ୍ରେ ସେମାନେ ସ୍ଲଟ ଭାରତରେ ବୁକିଂ କରିପାରିବେ।

Advertisment

ବିଶେଷକରି ମେଟ୍ରୋ ସହରଗୁଡ଼ିକରେ ବହୁ ସଂଖ୍ୟାରେ ବିଦେଶୀ ରହୁଥିବାରୁ, ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଲାଗି ମଧ୍ୟ କୋଭିଡ୍ ଟିକା ଦେବା ଲାଗି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହାଫଳରେ ଦେଶରେ ରହୁଥିବା ବିଦେଶୀ ନାଗରିକ ମଧ୍ୟ ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରାଯାଇପାରିବ। ଭାରତରେ ସବୁ ନାଗରିକଙ୍କୁ ଟିକାକରଣ ପାଇଁ ଗତ ଜାନୁଆରୀ ୧୬ ତାରିଖରେ ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏଥିରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯାଉଛି। ଅଗଷ୍ଟ ୯ ତାରିଖ ସୁଦ୍ଧା ଦେଶରେ ମୋଟ ୫୧ କୋଟି ଭାକସିନ୍  ଡୋଜ୍  ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
COVID19 Vaccine India News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ