Advertisment

କରୋନାରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ସେ ଅନେକ ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା। ସେ ୮୪ ଦିନ ହେବ ଇକ୍‌ମୋ ଚିକିତ୍ସାରେ ଚିକିତ୍ସିତ ହେଉଥିଲେ।

ଅଦ୍ୟତନ ହୋଇଛି
କରୋନାରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

sangram Jena

Advertisment

ଭୁବନେଶ୍ୱର: ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ। ମାତ୍ର ୪୪ ବର୍ଷ ବୟସରେ ସଂଗ୍ରାମଙ୍କ ପରଲୋକ ହୋଇଛି। କୋଭିଡ୍ ଆକ୍ରାନ୍ତ ହୋଇ  ଫୁସଫୁସ ସଂକ୍ରମଣ ଯୋଗୁ ଗତ ୮୪ ଦିନ ହେଲା ସେ ଇକମୋ ଚିକିତ୍ସାରେ ରହିଥିଲେ। ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ପରଲୋକ ନେଇ ସାନ ଭାଇ ମନୋଜ ଜେନା ସୂଚନା ଦେଇଛନ୍ତି। । ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ହେଉଛନ୍ତି ସଂଗ୍ରାମ ଜେନା। ସମସ୍ତେ ଶ୍ରଦ୍ଧାରେ ତାଙ୍କୁ ବାପି ବୋଲି ସମ୍ବୋଧିତ କରନ୍ତି। ତାଙ୍କର ମୃତ୍ୟୁ କଂଗ୍ରେସ ପାଇଁ ଏକ ଅପୂରଣୀୟ ‍‍କ୍ଷତି। ତାଙ୍କର ମୃତ୍ୟୁରେ ଛାତ୍ର ଓ ଯୁବ ଗୋଷ୍ଠୀ ମହଲରେ ଶୋକର ଛାୟା ଖେଳିଯାଇଛି।

Advertisment

ସେ ଅନେକ ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା। ସେ ୮୪ ଦିନ ହେବ ଇକ୍‌ମୋ ଚିକିତ୍ସାରେ ଚିକିତ୍ସିତ ହେଉଥିଲେ।  ତା’ପୂର୍ବରୁ ଓଡ଼ିଶାରେ ୩ ସପ୍ତାହରୁ ଅଧିକ ଦିନ ଧରି ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। 

ସେ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ, ସଭାପତି, ପିସିସିର ସାଧାରଣ ସମ୍ପାଦକ, ଓ କଟକର ଜିଲ୍ଲା ପ୍ରଭାରୀ ଥିଲେ। ଗତ ୨୦୧୪ ମସିହାରେ ଭଦ୍ରକରୁ ସାଂସଦ ପାଇଁ ନିର୍ବାଚନ ଲଢିଥିଲେ ସଂଗ୍ରାମ। ସେହିପରି ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦବୀ ପାଇଁ ବି ଲଢିଥିଲେ। ସେ ଅନେକ ସାମାଜିକ ସେବା ସହ ଜଡିତ ଥିଲେ। ଯୁବକମାନହ୍କୁ ଏକାଠି କରି କିପରି କାମ କରିହେବ, ଲୁଲୁଙ୍କ ପରେ ସେ ଦ‍‍‍କ୍ଷତା ତାଙ୍କ ନିକଟରେ ଥିଲା। ତାଙ୍କରି ନେତୃତ୍ୱରେ ହିଁ ହଜାର ହଜାର ଯୁବକ ଓ ଛାତ୍ରମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ୱର ଉତ୍ତୋଳନ କରୁଥିଲେ।

Advertisment

ସଂଗ୍ରାମ ଜେନାଙ୍କ ବିୟୋଗର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଶୋକବ୍ୟକ୍ତ କରିଛନ୍ତି। ଓଡ଼ିଶାର ଗୋଟିଏ ଉଦୀୟମାନ ଯୁବକଙ୍କ ଅସ୍ତମିତ ହୋଇଗଲା ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସେହିପରି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ସଂଗ୍ରାମଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

Advertisment

ସଂଗ୍ରାମଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସହ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ। ସେହିପରି ଅନ୍ୟ ରାଜନୈତିକ ଦଳର ନେତାମାନେ ବି ଶୋକ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ସଂଗ୍ରାମଙ୍କ ମର ଶରୀର ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯିବ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦିଆଯିବାର କାର୍ଯ୍ୟକ୍ରମ ରହିଛି। 

Odisha Congress Odisha Corona Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ