Advertisment

ବିପଦ ଡାକିବ ପାର୍ବଣ ଋତୁ ! ୨ ମାସ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ

ରାଜ୍ୟରେ ଦୈନିକ ସଂକ୍ରମଣ କିଛିଦିନ ହେଲା ଏକ ହଜାର ତଳେ ରହୁଛି କିନ୍ତୁ ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ କିଶୋର ଓ ଶିଶୁଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ତେଣେ ଅଡିଟ୍ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଉ ୬୯ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ଦର୍ଶାଇଛି, ଯେଉଁଥିରେ ୨ ଜଣ ଶିଶୁ ଅଛନ୍ତି।

Covid 3rd wave

Covid 3rd wave

Advertisment

ଭୁବନେଶ୍ୱର: ବିସ୍ଫୋରକ ହୋଇପାରେ କରୋନାର ତୃତୀୟ ଲହର। ଦ୍ୱିତୀୟ ଲହର ତୁଳନାରେ ଅଧିକ ଘାତକ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।ଆଉ ଏଭଳି ସ୍ଥିତିକୁ ଡାକି ଆଣିପାରେ ପାର୍ବଣ ଋତୁ। ଯାହାର ଝଲକ୍ କେରଳରେ ଦେଖିବାକୁ ମିଳିଲାଣି। ଓନାମ୍ ପରେ ପରେ ସେଠାରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହୁଛି। ତେଣୁ ସେପ୍ଚେମ୍ବେର ଓ ଅକ୍ଚୋବର ମାସରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

Advertisment

ଗଣେଶ ପୂଜାରୁ ଆରମ୍ଭ କରି ଦୁର୍ଗାପୂଜା ଯାଏଁ ବଡ଼ ବଡ଼ ପର୍ବ ପର୍ବାଣୀ ଆଗକୁ ଆସୁଛି ଏହି ସମୟରେ ଦୋକାନ ବଜାରରେ ଭିଡ଼ ଜମିବା ସହିତ ଘର ପରିବାରରେ ଅତିଥିଙ୍କ ଯିବା ଆସିବା ବଢ଼ିଥାଏ। ତେଣ କୋଭିଡ୍ ନିୟମର ଉଲ୍ଲଂଘନ ହେବାର ଆଶଙ୍କା ରହିଛି। ଯାହାକି ବିପଦକୁ ଡାକିପାରେ ଏଭଳି ସ୍ଥିତିକୁ ଏଡ଼ାଇବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି କେନ୍ଦ୍ର। କଟକଣା ଭିତରେ ପର୍ବ ପର୍ବାଣୀ ପାଳିବାକୁ କୁହାଯାଇଛି। ଓଡ଼ିଶାରେ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ପର୍ବପର୍ବାଣୀ ଉପରେ ପୂର୍ବରୁ ହିଁ କଟକଣା ଲଗାଇ ସାରିଛନ୍ତି ଏସ୍‌ଆର୍‌ସି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା କେବଳ ବିଧି ରକ୍ଷା ପାଇଁ ପାଳନ ହେବ, କିନ୍ତୁ ଜନସମାଗମକୁ ଅନୁମତି ଦିଆଯାଇ ନାହିଁ। 

ସେପଟେ ରାଜ୍ୟରେ ଦୈନିକ ସଂକ୍ରମଣ କିଛିଦିନ ହେଲା ଏକ ହଜାର ତଳେ ରହୁଛି କିନ୍ତୁ ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ କିଶୋର ଓ ଶିଶୁଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ତେଣେ ଅଡିଟ୍ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଉ ୬୯ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ଦର୍ଶାଇଛି, ଯେଉଁଥିରେ ୨ ଜଣ ଶିଶୁ ଅଛନ୍ତି। ଟିକା ନେଇନଥିବାରୁ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏକ୍ପପର୍ଟ ଗ୍ରୁପ୍‌ର ନିଷ୍ପତ୍ତି ପରେ ଶିଶୁଙ୍କ ଟିକା ନେଇ ଗାଇଡ୍ ଲାଇନ୍ ଆସିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

Advertisment

ସେପଟେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମଣ କମିଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ସ୍ଥିତିରେ ସୁଧାର ଆସିନାହିଁ। ଜିଲ୍ଲାରେ ଏବେ ବି ୩ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି। ସେଥିମଧ୍ୟରୁ ସିଂହଭାଗ କେସ୍ ରାଜଧାନୀ ଭୁବନେଶ୍ୱରରୁ ଆସୁଛି। ତେଣୁ ସେପ୍ଟେମ୍ବର ଗାଇଡଲାଇନ୍‌ରେ ଭୁବନେଶ୍ୱର ପାଇଁ କିଛି କଟକଣା ରହିପାରେ। ନାଇଟ୍ କର୍ଫ୍ୟୁ ରହିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେବେ ଆକ୍ଟିଭ କେସ୍, ଟିକାକରଣ ଓ ହସ୍ପିଟାଲ୍‌ରେ କେସ୍ ଲୋଡ୍ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। 

Advertisment

ରାଜ୍ୟରେ ୧୬ ଲକ୍ଷ ଲୋକ ଏବେ ବି ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି। ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ୱିତୀୟ ଡୋଜ୍ ନେବା ସମୟ ଅତିକ୍ରାନ୍ତ ହୋଇସାରିଲାଣିି। ତେବେ ରାଜ୍ୟର ସମୁଦାୟ ୫୦ ଲକ୍ଷ ଲୋକ ଡବଲ ଡୋଜ୍ ଟିକା ନେଇସାରିଲେଣି।

ରିପୋର୍ଟ: ହରିହର ଚାନ୍ଦ

COVID-19 Pandemic Covid Appropriate Behaviour Corona 3rd Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ