କୋଭିଡ଼ ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇପାରିବ

କୋଭିଡ଼ ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇପାରିବ ଆଜି ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ଏମ୍ସ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଅନୁସାରେ ଅପରେସନ ହୋଇପାରିବ ବୋଲି ସୂଚନା ମିଳିଛି । ପୂର୍ବରୁ ଏନେଇ ବାରଣ ଥିଲା, କିନ୍ତୁ ନୂଆ ରିସର୍ଚ୍ଚ ଅନୁସାରେ ଅନୁମତି ଦିଆଯାଇଛି ।

Covid was positive, surgery can be done

News Summary

କୋଭିଡ଼ ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇପାରିବ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା

କୋଭିଡ଼ ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇପାରିବ । ଏନେଇ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି । ଏମ୍ସ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଅନୁସାରେ ଅପରେସନ ହୋଇପାରିବ ବୋଲି କହିଛନ୍ତି । ଲବ୍ ଅଗ୍ରଓ୍ୱାଲ ପୂର୍ବରୁ ଏନେଇ ବାରଣ ଥିଲା, ନୂଆ ରିସର୍ଚ୍ଚ ଅନୁସାରେ ଅନୁମତି ଦିଆଯାଇଥିବା ସେ କହିଛନ୍ତି।

ସେପଟେ ଦେଶରେ ପୁଣି ବଢ଼ିଲା ଦୈନିକ ସଂକ୍ରମଣ ଦେଶରେ ଦିନକରେ ୧ ଲକ୍ଷ ୭୨ ହଜାର ୪୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦୈନିକ ପଜିଟିଭିଟି ହାର ୧୦.୯୯ ପ୍ରତିଶତ ହୋଇଛି। ସେପଟେ ଦେଶରେ ଦିନକରେ ୧୦୦୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୮ ହଜାର ୯୮୩କୁ ବୃଦ୍ଧି ପାଇଛି । ୧୫ ଲକ୍ଷ ୩୩ ହଜାର ୯୨୧ ଜଣ ସଂକ୍ରମିତ ଥିବାବେଳେ ଦେଶରେ ୩ କୋଟି ୯୭ ଲକ୍ଷ ୭୦ ହଜାର ୪୧୪ ସୁସ୍ଥ ହୋଇଛନ୍ତି ।

ସେପଟେ ରାଜ୍ୟରେ ଗୋଟିଏ ଦିନରେ ଆଉ ୩ ହଜାର ୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୧୧୫ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୧,୫୧୪ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୧୫ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫କୁ ବୃଦ୍ଧି ପାଇଛି ।