Advertisment

ଓମିକ୍ରନକୁ ନେଇ ଭୟର କୌଣସି କାରଣ ନାହିଁ: ମନ୍ତ୍ରୀ ନବ ଦାସ

କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି। ୫ରୁ ୭ ଦିନ ଭିତରେ ତାର ଗବେଷଣା ଓଡ଼ିଶା ସରକାରଙ୍କୁ ଜଣାଇବ।

ଅଦ୍ୟତନ ହୋଇଛି
Minister Naba Das

Minister Naba Das

Advertisment

ଭୁବନେଶ୍ୱର: ଓମିକ୍ରନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଅଭୟବାଣୀ ଶୁଣାଇଛନ୍ତି। ଓମିକ୍ରନ ନେଇ ଆଲୋଚନା ଚାଲିଛି, ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କିଏ କେଉଁଠୁ ଆସୁଛି ତଥ୍ୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରୁଛୁ। ହୁ ସଠିକ୍ ତଥ୍ୟ ଦେଇନି, ଓଡ଼ିଶା ପୂରା ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି। 

Advertisment

ଓମିକ୍ରନ୍‌ ବିଷୟରେ ସବୁଠି ଆଲୋଚନା ଚାଲିଛି। ଓମିକ୍ରନ୍‌ ବିଷୟରେ ହୁ ଯ।ହା କହୁଛି, ଏଥିରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଏହା ଉପରେ ଟିକା କେତେ ପ୍ରଭାବୀ, ତାହାର ଗବେଷଣା ମଧ୍ୟ ଚାଲିଛି। ଏଇ ମ୍ୟୁଟେସନ୍‌ର ଯୋଗୁଁ ମୃତ୍ୟୁ ହେଉନାହିଁ, କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି। ୫ରୁ ୭ ଦିନ ଭିତରେ ତାର ଗବେଷଣା ଓଡ଼ିଶା ସରକାରଙ୍କୁ ଜଣାଇବ।  କିନ୍ତୁ ଆମକୁ ସଚେତନ ହେବାର ଅଛି। ମାସ୍କ ପିନ୍ଧିବା, ହାତ ଭଲରେ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଉଚିତ୍।  ସମସ୍ତେ ଟିକା ନିଅନ୍ତୁ। 

ଆମେ କେନ୍ଦ୍ରକୁ ଅନୁରୋଧ କରିଛୁ ଯେ ଯେଉଁମାନେ ବିଦେଶରୁ ଓଡ଼ିଶାକୁ ଆସୁଛନ୍ତି, ସେମାନଙ୍କ ପୋର୍ଟାଲ ଆଇଡି ଅନୁମତି ମିଳିଲେ କିମ୍ବା ବିଦେଶାଗତଙ୍କ କଣ୍ଟାକ୍ଟ ନମ୍ବର ଦେଲେ ଆମେ ଯୋଗାଯୋଗ କରିବା ସହ କଣ୍ଟାକ୍ଟ ଟ୍ରେସିଂ କରିପାରିବୁ।  

Advertisment

ରାଜ୍ୟରେ ଆଉ ୧୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪୩ ଜଣ ଲୋକାଲ  କଣ୍ଟାକ୍ଟ ଓ  ୬୨ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକ ପୁରୀ ଜିଲ୍ଲାର ଜଣେ ଜଣେ ୬୮ ବର୍ଷ ବୟସ୍କ ପୁରୁଷ। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୨୩କୁ ବୃଦ୍ଧି ପାଇଛି। 

Bhubaneswar COVID-19 Omicron Fears
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ