Advertisment

ଖୋଲିଲା ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନ,କୋଭିଡ ନିୟମ ମାନି ମନ୍ଦିରକୁ ପ୍ରବେଶ କରିବେ ଭକ୍ତ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲାଯାଇଥିବା ବେଳେ ଆସନ୍ତା ସୋମବାରକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଖୋଲାଯିବ ।

ଅଦ୍ୟତନ ହୋଇଛି
ଖୋଲିଲା ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନ,କୋଭିଡ ନିୟମ ମାନି ମନ୍ଦିରକୁ ପ୍ରବେଶ କରିବେ ଭକ୍ତ

temple opening

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲାଯାଇଥିବା ବେଳେ ଆସନ୍ତା ସୋମବାରକୁ ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।  ଖୋର୍ଦ୍ଧା ଉପଖଣ୍ଡରେ ମନ୍ଦିର, ମସଜିଦ୍, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଖୋଲିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା । ବୈଠକରେ ଆସନ୍ତା ସୋମବାରଠାରୁ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧା ପ୍ରଶାସନ କୋଭିଡ୍ ନିୟମ ପାଳନ କରି ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି ।

Advertisment

ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ଖୋଲିପାରିବ । ତେବେ ସାଧାରଣ ଭକ୍ତଙ୍କୁ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ । ଏହାପରେ ଅର୍ଥାତ ସଂଧ୍ୟା ୬ଟାରୁ ରାତି ୮ଟା ଯାଏଁ କେବଳ ପୂଜକ ମାନେ ନୀତିକାନ୍ତି କରି ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଧର୍ମାନୁଷ୍ଠାନକୁ ସର୍ବସାଧାରଣ ଭକ୍ତ ଭୋଗ ନେଇପାରିବେ ନାହିଁ କି ମନ୍ଦିର ଭିତରେ ପ୍ରସାଦ ସେବନ ହୋଇପାରିବ ନାହିଁ । ତେବେ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମ୍ସି ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି ।

ସେହିପରି ଆଜି କଟକ ଜିଲ୍ଲାର ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର ମନ୍ଦିର ଖୋଲାଯାଇଛି । ଭୋରୁ ମନ୍ଦିର ଖୋଲାଯାଇ ସମସ୍ତ ନୀତିକାନ୍ତି କରାଯାଇଥିଲା । ପରେ ମଙ୍ଗଳ ଆଳତୀ ସରିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଛି ଓ ମନ୍ଦିର ଭିତରକୁ ବାହାର ଭୋଗକୁ ବାରଣ କରାଯାଇଛି । କୋଭିଡ ନିୟମ ଅନୁଯାୟୀ ମନ୍ଦିର ମଧ୍ୟକୁ ବାହାର ଭୋଗକୁ ବାରଣ କରାଯାଇଥିବାବେଳେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍‌ ଏବଂ ୬୫ବର୍ଷରୁ ଉର୍ଦ୍ଧ୍ଵଙ୍କୁ ମନ୍ଦିର ପ୍ରବେଶ ମନା ହୋଇଛି। ଏହାଛଡା ଝୁଲାପୋଲ ଦେଇ ଗୋଟିଏ ଥରରେ ୫୦ ଜଣ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ । ସକାଳ ୬ଟାରୁ ସଂଧ୍ୟା ୮ଟା ଯାଏଁ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି।

Advertisment

ସେପଟେ ଆଜିଠାରୁ ଖୋଲିଛି ଜଗତସିଂହପୁରର ଶାରଳା ମନ୍ଦିର ଓ ଗୋରେଖନାଥ ମନ୍ଦିର । ସକାଳ ସାଢେ ୭ଟାରେ ମନ୍ଦିର ଖୋଲିବ ଏବଂ ଆଳତୀ ପୂର୍ବରୁ ସଂଧ୍ୟା ୬ଟାରେ ବନ୍ଦ ହେବ ନେଇ ପ୍ରଶସାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଗର୍ଭଗୃହ ମଧ୍ୟକୁ କାହାକୁ ଛଡାଯିବ ନାହିଁ ଏବଂ ମନ୍ଦିର ପରିସରରେ ଭୋଗ କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି । ଏହାଛଡା ଥରକେ ମନ୍ଦିର ଭିତରକୁ ୧୫ ଜଣଙ୍କୁ ଛଡାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

Odisha Temple Reopening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ