Advertisment

ଏଣିକି ରବିବାରରେ ଜଗା ଦର୍ଶନ କରିବେ ଭକ୍ତ

ଦର୍ଶନ ସମୟ ନେଇ ଲାଗିଥିବା କଟକଣା ବି ହଟାଇ ଦିଆଗଲା।

ଅଦ୍ୟତନ ହୋଇଛି
undefined

Shree Jagannath Temple

Advertisment

କରୋନା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଲାଗିଥିବା ରବିବାର କଟକଣାକୁ ହଟାଇ ଦିଆଯାଇଛି। ଚଳିତ ମାସ ଅର୍ଥାତ ମାର୍ଚ୍ଚ ୨୦ ତାରିଖ ଠାରୁ ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର। ଆଜି ବସିିଥିବା ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ସବୁଦିନ ଭଳି ରବିବାର ବି ସାଧାରଣ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରି ଦର୍ଶନ କରିପାରିବେ।

Advertisment

ଦର୍ଶନ ସମୟ ନେଇ ଲାଗିଥିବା କଟକଣାକୁ ହଟାଇ ଦିଆଗଲା ବୋଲି ଜିଲ୍ଲାପାଳ କହିଛନ୍ତି। ଫଳରେ ଦ୍ୱାରଫିଟା ଠାରୁ ପହଡ଼ ନୀତି ପର୍ଯ୍ୟନ୍ତ ସାଧାରଣ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ବୋଲି ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Jagannath Temple Covid Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ