Advertisment

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ

ରାଜନାଥଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ଅଦ୍ୟତନ ହୋଇଛି
Rajnath Singh

Rajnath Singh

Advertisment

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ହୋଇଥିବା ନେଇ ନିଜେ ରାଜନାଥ ସିଂହ ଟୁଇଟ୍ କରି ଜଣାଇଛନ୍ତି। ସାମାନ୍ୟ ଲକ୍ଷଣ ଥିବା ଏବଂ ହୋମ୍ କ୍ୱାରେଣ୍ଟିନରେ ରହିଥିବା ସେ ଜଣାଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ୍ ଟେଷ୍ଟ କରାଇବା ସହ ଆଇସୋଲେଟ୍ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାହା ସୂଚନା ମିଳିନାହିଁ। ଦେଶରେ ଓମିକ୍ରନ୍‌ ଏବେ କାୟା ବିସ୍ତାର କରିବାରେ ଲାଗିଛି। କିଛି ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ସଂକ୍ରମିତ ହୋଇଥିବା ନେଇ ଜଣାଇଥିଲେ। 

Advertisment

ରାଜନାଥ ସିଂହଙ୍କ ପୂର୍ବରୁ ରବିବାର ଦିନ କେନ୍ଦ୍ର ଇଲେକ୍‌ଟ୍ରୋନିକ ଓ ସୂଚନା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ରାଜନାଥଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। 

Advertisment

ଦେଶ କରୋନା ସଂକ୍ରମଣର ପ୍ରଖର ସୁଅ। ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ଡେଇଁଲାଣି। ଆଜି ଦେଶରେ ଦିନକରେ ୧ ଲକ୍ଷ ୭୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବଢ଼ିଛି । ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି । 

Advertisment

COVID19 Omicron Cases In India Omicron Variant Rajnath Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ