Advertisment

ଓମିକ୍ରନରେ କୋଭିଡ୍ ସରିବନି, ଚତୁର୍ଥ ଲହର ବି ଆସିପାରେ

କେବଳ ସହର ନୁହେଁ ଗାଁଗହଳିରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି।

Covid Review

Covid Review

Advertisment

ଭୁବନେଶ୍ୱର: ଓମିକ୍ରନରେ କୋଭିଡ୍ ସରିବନି, ଚତୁର୍ଥ ଲହର ବି ଆସିପାରେ। ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କୋଭିଡ୍ ବାବଦରେ ବିଶେଷଜ୍ଞ ଡାକ୍ତର ସଂପଦ ଦାଶ କହିଛନ୍ତି ଯେ ତୃତୀୟ ଲହରରେ ୭୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଅଧିକ ଆକ୍ରାନ୍ତ ହେଉଛନ୍ତି। ସ୍ନାୟୁଜନିତ ରୋଗୀ ଅଧିକ ଗୁରୁତର ହେଉଥିବା ଦେଖାଯାଉଛି।

Advertisment

ସେହିପରି ୨ୟ ଲହର ଅପେକ୍ଷା ୩ୟ ଲହରରେ ବୟସ୍କଙ୍କ ଲକ୍ଷଣ ଭିନ୍ନ। ଖାଇବା ପିଇବା ବନ୍ଦ କରିବା, ଦୁର୍ବଳ ଲାଗିବା, ଝାଡ଼ାବାନ୍ତି ଆଦି ଏହାର ଲକ୍ଷଣ ଅଟେ।
ଲକ୍ଷଣର ୨ ଦିନ ପୂର୍ବରୁ ଓ ଆକ୍ରାନ୍ତର ୩ ଦିନ ଯାଏଁ ସଂକ୍ରମିତ କରିପାରିବେ। ଓମିକ୍ରନରେ କୋଭିଡ୍ ସରିବନି, ଚତୁର୍ଥ ଲହର ବି ଆସିପାରେ ବୋଲି ସେ କହିଛନ୍ତି।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ କମୁଛି। ଗତ ୧୨ ତାରିଖରୁ ରାଜ୍ୟରେ କରୋନା ସଂକ୍ରମଣ କମିବା ଆରମ୍ଭ କରିଛି।ଏହି କମିବା ଧାରା ଆଉ କିଛି ଦିନ ଲାଗି ରହିଲେ କହି ହେବ ରାଜ୍ୟରେ ପିକ୍ ଅତିକ୍ରମ କରିଛି। କେବଳ ସହର ନୁହେଁ ଗାଁଗହଳିରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି। ରାଜ୍ୟରେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ୬ରୁ ୭ ମଧ୍ୟରେ ରହୁଥିବା ସେ କହିଛନ୍ତି।

Advertisment
Omicron Cases In Odisha COVID19 Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ