Advertisment

ରୁହନ୍ତୁ ସତର୍କ, ପୁଣି ଓଡ଼ିଶାକୁ ଫେରିବ କରୋନା ! ୩/୪ ସପ୍ତାହ ପରେ ବଢ଼ିପାରେ ସଂକ୍ରମଣ

ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Covid19 infections may rise in Odisha after 3-4 weeks

Covid19 infections may rise in Odisha after 3-4 weeks

Advertisment

ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।ରାଜ୍ୟ ସରକାର କୋଭିଡ୍ ପାଇଁ ସବୁ ପ୍ରକାର ପ୍ରକ୍ରିୟାକୁ ଆପଣାଇଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Advertisment

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାରେ କରୋନା ସ୍ଥିତି ଉପରେ କଡ଼ା ନଜର ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏବେ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି। ସକଂମ୍ରଣ ବଢ଼ିଲେ ହସ୍ପିଟାଲ ତୁରନ୍ତ ଖୋଲିବ। ଏହାସହ ଟିକାକରଣ ବଢ଼ାଯାଉଛି। ହେଲେ ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 

ସେହିପରି ଦେଶରେ ୪୬ ଦିନର ବ୍ୟବଧାନ ପରେ ପୁଣି ଦୈନିକ ସଂକ୍ରମଣ ୩ ହଜାର ଟପିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନା ଜନିତ ମୃତ୍ୟୁ ହାର ବଢ଼ୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଖୁବ୍‌ ଶୀଘ୍ର ସ୍ଥିତି ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି କରାଯାଉଛି। କେବଳ ଦିଲ୍ଲୀରେ ୫ ହଜାରରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଆହୁରି ଚିନ୍ତା ବଢାଇଛି। 

Advertisment
Corona Cases In Odisha COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ