Advertisment

ଆସିଲା କି ତୃତୀୟ ଲହର ? ଆଜି ବି ୧୮ ବର୍ଷରୁ କମ୍ ବର୍ଗର ୧୦୪ ରୋଗୀ ଚିହ୍ନଟ

ଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଘାରିଲାଣି ତୃତୟ ଲହରର ଭୟ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହୁଛି। ହେଲେ ଆଜି ୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଅଦ୍ୟତନ ହୋଇଛି
ଆସିଲା କି ତୃତୀୟ ଲହର ? ଆଜି ବି ୧୮ ବର୍ଷରୁ କମ୍ ବର୍ଗର ୧୦୪ ରୋଗୀ ଚିହ୍ନଟ

Covid positive

Advertisment

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଘାରିଲାଣି ତୃତୟ ଲହରର ଭୟ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହୁଛି। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ  ୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ତୃତୀୟ ଲହର ଭୟକୁ ବଢାଇ ଦେଇଛି। ଏଥିସହିତ ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। 

Advertisment

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୦୭ ଜଣ ଥିବାବେଳେ ଲୋକାଲ କେସ୍ ରହିଛି ୩୬୧। ଆଜି ଅନୁଗୁଳରୁ ୨୬, ବାଲେଶ୍ୱରରୁ ୫୨, ବରଗଡ଼ରୁ୧୩, ଭଦ୍ରକରୁ ୧୯, ବଲାଙ୍ଗିରରୁ ୮, ବୌଦ୍ଧରୁ ୧, କଟକରୁ ୧୫୪, ଦେବଗଡ଼ରୁ ୬, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଂଜାମରୁ ୩, ଜଗତସିଂହପୁରରୁ ୨୩, ଯାଜପୁରରୁ ୪୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୨୬, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୨୧୬, ମାଲକାନଗିରିରୁ ୧୬, କେନ୍ଦ୍ରାପଡ଼ାରୁ ୨୬, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୨୧୬, ମାଲକାନଗିରିରୁ ୧୬
ମୟୂରଭଞ୍ଜରୁ ୨୮, ନୟାଗଡ଼ରୁ ୨୧, ନୂଆପଡ଼ାରୁ ୬, ପୁରୀରୁ ୨୧, ରାୟଗଡ଼ାରୁ ୨, ସମ୍ବଲପୁରରୁ ୩୯, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲରୁ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩କୁ ବୃଦ୍ଧି ପାଇଛି। ଆଜି ୧୦୪୩ ଜଣ କରୋନା ମୁକ୍ତ ହୋଇଛନ୍ତି। ଆଜି ସୁଦ୍ଧା ୧,୭୦,୮୮,୫୧୩ ନମୂନା ପରୀକ୍ଷା ହୋଇଥିବାବେଳେ ୯୯୫୪୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଜି ସୁଦ୍ଧା ୯,୭୮,୨୪୦ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ଅଛି ୧୦୧୮୭। 

Advertisment

ସୂଚନାଥାଉ କି, ବୁର୍ଲା ଭୀମସାର୍‌(Veer Surendra Sai Institute Of Medical Sciences And Research)ରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ୮ ମାସ ଓ ୫ ବର୍ଷ ବୋଲି ଜଣାପଡ଼ିଛି। ଏନେଇ ଭୀମସାର୍‌ ଅଧୀକ୍ଷକ ଡଃ ଲାଲମୋହନ ନାୟକ ସୂଚନା ଦେଇଛନ୍ତି।

Advertisment

 ଗତକାଲି ମଧ୍ୟ ୧୩୮ ଶିଶୁ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ଚିହ୍ନଟ ହୋଇଥିବା ମୋଟ ୧୦୫୮ ଆକ୍ରାନ୍ତଙ୍କ ଭିତରୁ ଏ ବର୍ଗଙ୍କ ସଂଖ୍ୟା ୧୩ ପ୍ରତିଶତ। ପ୍ରଥମ ଥର ଲାଗି ଶୂନରୁ ୧୮ ବର୍ଷ ବୟସ ବର୍ଗଙ୍କ ଦୈନିକ କରୋନା ସଂକ୍ରମଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ତେବେ ଦେଢ଼ ବର୍ଷ ପରେ ହଠାତ୍ ଶିଶୁ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପରେ ବଢ଼ିଛି ଆଶଙ୍କା। ସଭିଁଙ୍କ ମନରେ ଗୋଟିଏ ପ୍ରଶ୍ନ- ଏହା କଣ ସମ୍ଭାବ୍ୟ ତୃତୀୟ ଲହରର ପଦଧ୍ୱନି?  କାହିଁକି ହଠାତ୍ ଶିଶୁ ତଥ୍ୟକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର?

ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ସମ୍ବଲପୁରରୁ ୧୨, କଟକରୁ ୮, ଅନୁଗୁଳରୁ ୭ ମୃତ, ବାଲେଶ୍ୱର, ଢେଙ୍କାନାଳରୁ ୫ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ବରଗଡ଼, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧାରୁ ୪ ଲେଖାଏଁ ମୃତ୍ୟୁ ଘଟିଛି। ବରଗଡ଼, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧାରୁ ୪ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁରରୁ ୨ ଲେଖାଏଁ, ବଲାଙ୍ଗିର, ଦେବଗଡ଼, ଯାଜପୁର, ଝାରସୁଗୁଡ଼ା, ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତୁ୍ୟସଂଖ୍ୟା ୬,୯୫୩କୁ ବୃଦ୍ଧି ପାଇଛି। 

COVID-19 Odisha COVID-19 Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ