Advertisment

ତଳମୁହାଁ କରୋନା ଗ୍ରାଫ; ଦୈନିକ ଆକ୍ରାନ୍ତଙ୍କ ସଖ୍ୟା ୫୦୦ ତଳକୁ ଖସିଲା

ରାଜ୍ୟରେ ଦୀର୍ଘ ଦିନ ପରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆହୁରି ଆଶ୍ୱସ୍ତିର ଖବର ଯେ, ୧୮ ବର୍ଷରୁ କମ୍‌ ବୟସର ୫୭ ଜଣ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Covid situation in Odisha

Covid situation in Odisha

Advertisment

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ଦିନ ପରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୪ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ୧୯୭ ଜଣ ଲୋକାଲ କେସ୍‌ ଥିବା ଜଣାଯାଇଛି। ଆହୁରି ଆଶ୍ୱସ୍ତିର ଖବର ଯେ, ୧୮ ବର୍ଷରୁ କମ୍‌ ବୟସର ୫୭ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

Advertisment

ମିଳିଥିବା ଖବର ଅନୁଯାୟୀ, ଅନଗୁଳରୁ ୪ ଜଣ ପଜଟିଭ ବାହାରିଥିବାବେଳେ ବାଲେଶ୍ୱରରୁ ୨୬, ବରଗଡରୁ ୨, ଭଦ୍ରକରୁ ୪, ବଲାଙ୍ଗିରରୁ ୧, କଟକରୁ ୮୧, ଦେବଗଡରୁ ୨, ଢେଙ୍କାନାଳରୁ ୫, ଜଗତ୍‌ସିଂହପୁରରୁ ୧୬, ଜାଜପୁରରୁ ୨୨, ଝାରସୁଗୁଡାରୁ ୩, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ସର୍ବାଧିକ ୧୯୬, ମାଲକାନଗିରିରୁ  ୨, ମୟୂରଭଞ୍ଜରୁ ୨୨, ନୟାଗଡରୁ ୭, ପୁରୀରୁ ୧୯, ସମ୍ବଲପୁରରୁ୧, ସୁନ୍ଦରଗଡରୁ ୧ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି।  

୨୪ ଘଣ୍ଟା ମଧ୍ୟରେ ୮୭୪ ଜଣ ରୋଗୀ କରୋନାକୁ ମାତ୍‌ ଦେଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ରୋନା ପଜିଟିଭ ସଂଖ୍ୟା ୧୦,୧୬, ୮୩୩ ଛୁଇଁଥିବାବେଳେ ଆକ୍ଟିଭ କେସ୍‌ ଅଛି ୬,୫୪୮। ବର୍ତ୍ତମାନ ସୁଦ୍ଧା ୧୦,୦୨,୧୨୮ ଜଣ କରୋନା ମୁକ୍ତ ହୋଇଛନ୍ତି। 

Advertisment

ଅନ୍ୟପକ୍ଷେ, ଦେଶରେ କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ହେବାରେ ଲାଗିଛି। ଏଥିସହିତ ଭାକ୍ସିନେସନ ମଧ୍ୟ ଜୋରଦାର କରି ଦିଆଯାଇଛି। ଆଜିର ତାଲିକାକୁ ଦେଖିଲେ ଜଣାଯାଏ, କେରଳ ଏବଂ ମହାରାଷ୍ଟ୍ରରେ ଦ୍ରୁତଗତିରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନାର ଉପର ମୁହାଁ ଗ୍ରାଫ ଦେଖିଲେ ମନରେ ତୃତୀୟ ଲହରୀର ଛନକା ପଶୁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ୨୭ ହଜାର ୨୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ୨୧୯ ଜଣ ରୋଗୀ ଆଖି ବୁଜିଛନ୍ତି। ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୬୪ ହଜାର ୧୭୫ ଛୁଇଁଛି। ବର୍ତ୍ତମାନ ଦେଶରେ ୩ ଲକ୍ଷ ୭୪ ହଜାର ୨୬୯ ଆକ୍ଟିଭ କେସ ଅଛି। ୩ କୋଟି ୨୪ ଲକ୍ଷ ୪୭ ହଜାର ୩୨ ଜଣ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୭୪, ୩୮, ୩୭, ୬୪୩ ଜଣଙ୍କୁ ଭାକ୍ସିନ ଦିଆଯାଇଛି।

Advertisment
COVID-19 Odisha COVID-19 Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ