Advertisment

ଚିନ୍ତା ବଢାଉଛି ପିଲାଙ୍କ ସଂକ୍ରମଣ; ଆଜି ୧୮ବର୍ଷରୁ କମ୍‌ ବର୍ଗର ୧୩୧ ଚିହ୍ନଟ

ଚିନ୍ତା ବଢାଉଛି ପିଲାଙ୍କ ସଂକ୍ରମଣ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳେ ଥିବାବେଳେ ପିଲାଙ୍କ ସଂଖ୍ୟା ୧୦୦ ଉପରେ ରହିଛି

ଅଦ୍ୟତନ ହୋଇଛି
undefined

Corona Virus

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ତୃତୀୟ ଲହରକୁ ନେଇ ଚିନ୍ତା ଘାରିଥିବାବେଳେ ଦୈନିକ ସଂକ୍ରମଣ ତଳମୁହାଁ ହେବା ଆଶ୍ୱସ୍ତି ପ୍ରଦାନ କରିଛି। ରାଜ୍ୟରେ ଆଜି ଆଉ ୮୮୭ କରୋନା ପଜିଟିଭ ଚିହ୍ନଟ ‌ହୋଇଛନ୍ତି। ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୩୧ ଆକ୍ରାନ୍ତ ଅଛନ୍ତି ଯାହା କି ଚିନ୍ତାର ବିଷୟ ହୋଇଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୫୧୫, ଲୋକାଲ କେସ୍ ୩୭୨ ଥିବା ଜଣାଯାଇଛି । 

Advertisment

ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କଟକ ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭,୪୯୩କୁ ବୃଦ୍ଧି ପାଇଛି।

ଆଜି ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି ଖୋର୍ଦ୍ଧାରୁ। ଏଠାରୁ ଆଜି ୩୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ  ୨୭, ବାଲେଶ୍ୱରରୁ ୫୬,  ବରଗଡ଼ରୁ ୯, ଭଦ୍ରକରୁ ୯, ବୌଦ୍ଧରୁ ୧, କଟକରୁ ୧୧୯, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୬, ଗଜପତିରୁ ୩, ଗଂଜାମରୁ ୨, ଜଗତସିଂହପୁରରୁ ୩୭, ଯାଜପୁରରୁ ୪୩, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧, କନ୍ଧମାଳରୁ୨, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୯, ଖୋର୍ଦ୍ଧାରୁ ୩୨୩, କୋରାପୁଟରୁ ୪, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୩୧, ନବରଂଗପୁରରୁ ୨, ନୟାଗଡ଼ରୁ ୧୧, ନୂଆପଡ଼ାଅରୁ ୩,  ପୁରୀରୁ ୩୯, ରାୟଗଡ଼ାରୁ  ୨, ସମ୍ବଲପୁରରୁ ୨୧, ସୁନ୍ଦରଗଡ଼ରୁ ୭ ଏବଂ  ଷ୍ଟେଟପୁଲରୁ ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Advertisment

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୨୧୦କୁ ବୃଦ୍ଧି ପାଇଛି।  ୨୪ ଘଣ୍ଟାରେ ୬୮,୭୧୭ ନମୂନା ପରୀକ୍ଷା ହୋଇଥିବବେଳେ ପଜିଟିଭିଟି ହାର ରହିଛି୧.୨୯%।

ସେହିପରି ରାଜ୍ୟରେ ମୃତ ୬୭ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮, ଯାଜପୁରରୁ ୬ 
ବାଲେଶ୍ୱରରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏଁ ଅଛନ୍ତି।  ସେହିପରି ବାଲେଶ୍ୱରରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏ, ଭଦ୍ରକ ଓ ମୟୂରଭଂଜରୁ ୨ ଲେଖାଏ,  କେନ୍ଦୁଝର, ନବରଂଗପୁର, ପୁରୀ, ରାୟଗଡ଼ା, କେନ୍ଦୁଝର, ନବରଂଗପୁର, ପୁରୀ, ରାୟଗଡ଼ାରୁ ଜଣେ ଲେଖାଏ  ଆକ୍ରାନ୍ତ ଆଖି ବୁଜିଛନ୍ତି।

Advertisment

ସୂଚନାଥାଉ କି, ଦେଶରେ ଦିନକରେ ୨୫ ହଜାର ୪୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି   ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୪,୭୭୩କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଆଜି ୩୫୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୫ ହଜାର ୧୧୦ ଛୁଇଁଛି। ଏହାକୁ ମିଶାଇ  କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୫ ହଜାର ୧୧୦କୁ ବୃଦ୍ଧି ପାଇଛି। 

COVID-19 Odisha COVID-19 Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ