Advertisment

ସୁଧୁରୁନି କଟକ, ଭୁବନେଶ୍ୱରର କୋଭିଡ୍ ସ୍ଥିତି

ମୋଟ୍ ପଜିଟିଭ୍ କେସ୍‌ର ପ୍ରାୟ ୪୦ ପ୍ରତିଶତ କେବଳ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ମୁଖ୍ୟଶାସନ ସଚିବ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ରାଜଧାନୀ ଭୁବନେଶ୍ୱରରୁ ବେଶ୍ ଅଧିକ ପଜିଟିଭ୍ ବାହାରୁଛନ୍ତି।

ସୁଧୁରୁନି କଟକ, ଭୁବନେଶ୍ୱରର କୋଭିଡ୍ ସ୍ଥିତି

covid tension in twin city

Advertisment

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରକୁ ନେଇ ବଢ଼ିଲା ରାଜ୍ୟ ସରକାରଙ୍କ ଟେନସନ୍‌। ସମସ୍ତ ପ୍ରକାର କଟକଣା ସତ୍ତ୍ୱେ ଏଠାରେ ଆଖିଦୃଶିଆ ଭାବେ ଖସୁନି ସଂକ୍ରମଣ। ଏମିତିକି ରାଜ୍ୟର ସମୁଦାୟ ପଜିଟିଭ୍ ସଂଖ୍ୟାର ପ୍ରାୟ ୪୦ ପ୍ରତିଶତ କଟକ-ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି। ତାଠୁ ବି ଉଦବେଗର ବିଷୟ ହେଲା ଡବଲ୍ ଡୋଜ୍ ଟିକା ନେବା ସତ୍ତ୍ୱେ ଭୁବନେଶ୍ୱରରେ ଅନେକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ସେମାନେ ନିଜେ ଗୁରୁତର ନହେଲେ ମଧ୍ୟ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି। ତେଣୁ ଏଠାରେ କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛି ସ୍ୱାସ୍ଥ୍ୟ ବିଭାଗ।

Advertisment

ସାରା ରାଜ୍ୟରେ କମୁଛି ସଂକ୍ରମଣ ହେଲେ କଟକ-ଭୁବନେଶ୍ୱର ସ୍ଥିତିରେ ଆସୁନି ସୁଧାର। ଯାହାକୁ ନେଇ ଟେନସନ୍‌ରେ ରାଜ୍ୟ ସରକାର। ଏବେ ରାଜ୍ୟରୁ ଚିହ୍ନଟ ହେଉଥିବା ମୋଟ୍ ପଜିଟିଭ୍ କେସ୍‌ର ପ୍ରାୟ ୪୦ ପ୍ରତିଶତ କେବଳ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ମୁଖ୍ୟଶାସନ ସଚିବ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ରାଜଧାନୀ ଭୁବନେଶ୍ୱରରୁ ବେଶ୍ ଅଧିକ ପଜିଟିଭ୍ ବାହାରୁଛନ୍ତି। ତେବେ କଟକ ଜିଲ୍ଲାରେ ସ୍ଥିତି ଓଲଟା କଟକ ସହର ତୁଳନାରେ ଗ୍ରାମାଞ୍ଚଳରେ ପଜିଟିଭ୍ କେସ୍ ଅଧିକ।

ଭୁବନେଶ୍ୱରରେ ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୧୧୬୪। ଏଠାରେ ଜୁଲାଇ ୧୨ରେ ୨୭୧, ୧୩ରେ ୨୯୫ ଓ ୧୪ରେ ୩୨୭ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେପଟେ କଟକ ଜିଲ୍ଲାରେ ଆକ୍ଟିଭ କେସ୍ ରହିଛି ୩, ୧୯୧। ଜିଲ୍ଲାରେ ୧୩ ତାରିଖରେ ୨୨୦, ୧୪ରେ ୨୮୩ ଓ ଆଜି ୩୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ବଢ଼ିଛି ସରକାରଙ୍କ ଚିନ୍ତା। ଉଦବେଗର ବିଷୟ ହେଲା, ଡବଲ୍ ଡୋଜ୍ ଟିକା ନେବା ପରେ ବି ଭୁବନେଶ୍ୱରରେ ଅନେକ କରୋନାରେ ସଂକ୍ରମିତ ହେଉଛନ୍ତି। ସେମାନେ ଗୁରୁତର ନହେଲେ ମଧ୍ୟ ଅନ୍ୟମାନଙ୍କୁ ସଂକ୍ରମିତ କରୁଥିବା ମୁଖ୍ୟଶାସନ  ସଚିବ କହିଛନ୍ତି।

Advertisment

ଅଢେଇ ମାସ ଧରି କଟକ-ଭୁବନେଶ୍ୱରରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ, ସପ୍ତାହନ୍ତ ସଟଡାଉନ୍, ଆଂଶିକ ଲକଡାଉନ୍ ଲାଗୁ ହୋଇଛି। ମଲ୍, ଜିମ୍, ସିନେମା ହଲ୍, ପାର୍କ ଆଦି ବନ୍ଦ ରହିଛି। ତା ସତ୍ତ୍ୱେ କାହିଁକି ଆଖିଦୃଶିଆ ଭାବେ କମୁନି ସଂକ୍ରମଣ ହାର? କୁହାଯାଉଛି, କୋଭିଡ୍ ନିୟୟମର ଖୋଲାଖୋଲି ଉଲ୍ଲଂଘନ ଓ ପୋଲିସ୍ ପ୍ରଶାସନର ଢିଲାପଣ ଯୋଗୁଁ ସଂକ୍ରମଣ ଯେମିତି କମିବା କଥା କମୁନାହିଁ। ଉଭୟ ବାଣିଜ୍ୟିକ ଓ ପ୍ରଶାସନିକ ରାଜଧାନୀ ଦୃଷ୍ଟିରୁ ଭୁବନେଶ୍ୱରରେ ଭିଡ଼ ବେଶ୍ ଅଧିକ ଜମୁଛି।

ତାସହ ଦ୍ୱୈତ ନଗରୀରେ ବଡ଼ ବଡ଼ ହସ୍ପିଟାଲ୍ ଥିବାରୁ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରୁ ଏଠାକୁ ରୋଗୀ ଆସୁଛନ୍ତି। ସେହିପରି ରାଜଧାନୀର ନିର୍ଦ୍ଦିଷ୍ଟ କୌଣସି ଅଞ୍ଚଳରୁ ଅଧିକ କେସ୍ ନବାହାରି, ସବୁ ଅଞ୍ଚଳରୁ ବିକ୍ଷିପ୍ତ ଭାବେ ପଜିଟିଭ୍ ଚିହ୍ନଟ ହେଉଥିବାରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାରେ ପ୍ରଶାସନ ପାଇଁ ସମସ୍ୟା ହେଉଛି। ତାଛଡ଼ା ଦୋକାନ ବଜାରରେ ଲୋକେ ଭିଡ଼ ଜମାଉଛନ୍ତି ସରକାରଙ୍କ ଗାଇଡଲାଇନ୍ କଡାକଡ଼ି ଭାବେ ମାନିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। 

Advertisment

ଭୁବନେଶ୍ୱରରେ ଶତ ପ୍ରତିଶତ ନାଗରିକଙ୍କୁ ଫାଷ୍ଟ ଡୋଜ୍ ଦିଆସରିଲାଣି। ସେହିପରି ଦ୍ୱିତୀୟ ଡୋଜ୍ ମଧ୍ୟ ୬୦ ପ୍ରତିଶତ ନେଇସାରିଲେଣି। ତେଣୁ ଅଗଷ୍ଟ ଆରମ୍ଭରୁ ଏଠାରେ ଟିକାକରଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଯିବ। ତେବେ କଟକରେ ଟିକାକରଣ ପ୍ରକ୍ରିୟା ଧିମା ଚାଲିଥିବାରୁ ତାକୁ କିଭଳି ତ୍ୱରାନ୍ୱିତ କରାଯିବ। ତାଉପରେ ଗୁୁରତ୍ୱ ଦିଆଯାଉଛି।

ରିପୋର୍ଟ: ଦେବାଶିଷ ମହାନ୍ତି, ଅତୁଲ୍ୟ ବାଉତ ଓ ହରିହର ଚାନ୍ଦ

Odisha News COVID-19 Twin City
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ