Advertisment

ଓଡ଼ିଶାରେ ଆଗକୁ ସଂକ୍ରମଣ ବଢ଼ିପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଏବେ ସୁଦ୍ଧା ରାଜ୍ୟରେ ସିଭିଅରିଟି ନାହିଁ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Covid Infection Infections will further rise

Covid Infection Infections will further rise in odisha

Advertisment

ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଯଦି ଟ୍ରେଣ୍ଡ୍‌କୁ ଦେଖିବା ଅନ୍ୟ ସ୍ଥାନରେ ଯେଉଁଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇଛି ଆଗାମୀ ଦିନରେ ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

Advertisment

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘ଏବେ ସୁଦ୍ଧା ରାଜ୍ୟରେ ସିଭିଅରିଟି ନାହିଁ। ୧୦ରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ ହେବ। କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ, ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ। କିଛିଦିନ ପୂର୍ବେ ICMR ନୂଆ କିଟ୍ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହି କିଟ୍ ଆଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ରାଜ୍ୟରେ ୨୭ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେଇ ନାହାନ୍ତି। ଗୋଟିଏ ଦିନରେ ୮୦ ହଜାରରୁ ଊର୍ଦ୍ଧ୍ୱ କିଶୋର ଟିକା ନେଇଛନ୍ତି। ଏଯାଏ ମୋଟ ୨ ଲକ୍ଷ ୬୪ ହଜାର କିଶୋରଙ୍କୁ ଟିକାକରଣ କରାଯାଇଛି। ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କେଉଁ ବୁଷ୍ଟର ଡୋଜ୍ ଦିଆଯିବ, କେନ୍ଦ୍ର ଜଣାଇନାହିଁ। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Advertisment

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ‘ ଟିକାର ୨ଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ପୁରୁଣା ତଥ୍ୟ ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ। ବୁଷ୍ଟର ଡୋଜ ପାଇଁ ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟ ମିଳିବ। ରାଜ୍ୟର ୨୭ ଲକ୍ଷ ଲୋକ ପ୍ରଥମ ଡୋଜ୍, ୨୬ ଲକ୍ଷ ୨ୟ ଡୋଜ୍ ନେଇ ନାହାନ୍ତି। ସେମାନଙ୍କ ଟିକାକରଣ ପାଇଁ ଉଦ୍ୟମ କରାଯାଉଛି।’

ରାଜ୍ୟରେ ପ୍ରଥମ-ଓମିକ୍ରନ୍‌ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅଞ୍ଚଳର ୪୫ ବର୍ଷୀୟା ମହିଳା ବୋଲି ଜଣାପଡ଼ିଛି। 

Advertisment
COVID19 Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ