Advertisment

ମୁମ୍ବାଇରେ ନେତା, ସ୍ୱାସ୍ଥ୍ୟକର୍ମୀ ନେଲେ କୋଭିଡ୍‌ର ବୁଷ୍ଟର ଡୋଜ୍‌

ବିଶ୍ୱରେ କୋଭିଡ-୧୯ ମୁକାବିଲା ପାଇଁ ତୃତୀୟ ଡୋଜ୍‌ ନେବା ନେଇ ତର୍କ ବିତର୍କ ଜାରି ରହିଛି। ଏପରି ସ୍ଥିତିରେ ମୁମ୍ବାଇର କିଛି ସ୍ୱାସ୍ଥ୍ୟକର୍ମୀ, ନେତା ଏବଂ ସେମାନଙ୍କର ଷ୍ଟାଫ ତୃତୀୟ ଡୋଜ ନେଇଛନ୍ତି।

ଅଦ୍ୟତନ ହୋଇଛି
covid vaccine

covid vaccine

Advertisment

ମୁମ୍ବାଇ:ବିଶ୍ୱରେ କୋଭିଡ-୧୯ ମୁକାବିଲା ପାଇଁ ତୃତୀୟ ଡୋଜ୍‌ ନେବା ନେଇ ତର୍କ ବିତର୍କ ଜାରି ରହିଛି। ଏପରି ସ୍ଥିତିରେ ମୁମ୍ବାଇର କିଛି ସ୍ୱାସ୍ଥ୍ୟକର୍ମୀ, ନେତା ଏବଂ ସେମାନଙ୍କର ଷ୍ଟାଫ ତୃତୀୟ ଡୋଜ ନେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  (WHO) ତୃତୀୟ ଡୋଜକୁ ନେଇ  ପ୍ରଶ୍ନ ଉଠାଇଥିଲା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାକ୍ସିନ ନେବାର କିଛି ମାସ ପରେ ଶରୀରରେ ଆଣ୍ଟିବଡି ସ୍ତର କମ୍‌ ହୋଇ ଯାଉଛି। ତେବେ ବୁଷ୍ଟର ଡୋଜର ଆବଶ୍ୟକତା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବାବେଳେ ଏଠାରେ ସ୍ୱାସ୍ଥ୍ୟକର୍ମୀ, ନେତା ଏବଂ ସେମାନଙ୍କର ଷ୍ଟାଫ ତୃତୀୟ ଡୋଜ ନେବା ଘଟଣାର ଚର୍ଚ୍ଚାର ବିଷୟ ହୋଇଛି।

Advertisment

 ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ, ମୁମ୍ବାଇର କିଛି ରାଜନେତା, ସ୍ୱାସ୍ଥ୍ୟକର୍ମୀ କୋଭିଡି-୧୯ର ତୃତୀୟ ଡୋଜ ଟିକା ନେଇ ସାରିଛନ୍ତି। ରିପୋର୍ଟ ଅନୁସାରେ, ସ୍ୱାସ୍ଥ୍ୟକର୍ମୀମାନେ ସହରର ଭିନ୍ନ ଭିନ୍ନ ଡାକ୍ତରଖାନାରେ  Co-winରେ ରେଜିଷ୍ଟ୍ରେଶନ କରି କିମ୍ବା ଅଲଗା ନମ୍ବର ବ୍ୟବହାର କରି ତୃତୀୟ ଡୋଜ ଟିକା ନେଉଛନ୍ତି। ଏମାନେ ତୃତୀତୟ ଡୋଜ ନେବା ପୂର୍ବରୁ ଆଣ୍ଟିବଡି ପରୀକ୍ଷା କରିଛନ୍ତି ଏବଂ ତାପରେ ଟିକା ନେଇଛନ୍ତି। 

 ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ତାଲିକାରେ ଡାକ୍ତର ମଧ୍ୟ ଅଛନ୍ତି। ଏମାନେ ଫେବ୍ରୁଆରୀ ସୁଦ୍ଧା୨ୟ ଡୋଜ ଟିକା ନେଇଥିଲେ। ହେଲେ ଯାଞ୍ଚ କରିବା ପରେ ଆଣ୍ଟିବଡି ସ୍ତର କମି ଯାଇଥିବା ଦେଖିବାକୁ ମିଳିଥିଲା। ଖବର ଅନୁସାରେ, ଜଣେ ଯୁବ ରାଜନେତା, ତାଙ୍କର ପତ୍ନୀ ଏବଂ କିଛି ଷ୍ଟାଫ ବି ବୁଷ୍ଟର ଡୋଜ ନେଇଛନ୍ତି। ଡାକ୍ତରଖାନା ସୂତ୍ରରୁ କୁହାଯାଇଛି, ବୁଷ୍ଟର ଡୋଜ୍‌ ପାଇଁ କୋଭିସିଲ୍‌ଡକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି।

Advertisment

ତେବେ ଏହି ତୃତୀୟ ଡୋଜ ଏମାନେ ପାଇଲେ କେଉଁଠୁ ? କୁହାଯାଉଛି, ତୃତୀୟ ଡୋଜ ସେହି ଭାଏଲ୍‌ରୁ ସଂଗୃହୀତ ହୋଇଛି ଯାହାକୁ ନେବା ପାଇଁ କେହି ଦାବିଦାର ନାହାନ୍ତି।

ଏଠି କହିରଖିବୁ, ଆମେରିକାର ବରିଷ୍ଠ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ଏନ୍ଥନୀ ଫାଉଚୀ ମଧ୍ୟ ତୃତୀୟ ଡୋଜର ସପକ୍ଷରେ ମଧ୍ୟ ମତ ଦେଇଛନ୍ତି।  ହେଲ ଦେଶରେ ବର୍ତ୍ତମାନ ପାଇଁ ବୁଷ୍ଟର ଡୋଜ୍ ନୁହେଁ ବରଂ ସମସ୍ତଙ୍କୁ ଡବଲ ଡୋଜ୍ ଟିକା ଦେବାକୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଆଇସିଏମ୍ଆର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ । ସେଭଳି ସ୍ଥିତି ଉପୁଜି ନ ଥିବାରୁ ବୁଷ୍ଟର ଡୋଜ୍ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ  । ବୁଷ୍ଟର ଡୋଜ ବଦଳରେ ସମସ୍ତେ ଯେପରି ଡବଲ ଡୋଜ୍ ଟିକା ନେଇପାରିବେ, ତା ଉପରେ ଏବେ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି ଆଇସିଏମ୍ଆର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ ।

Advertisment

ସୂଚନାଥାଉ କି, ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଗତକାଲି ଦେଶରେ ୩୦,୫୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ   ୪୩୧ ଜଣଙ୍କ ପ୍ରାଣ ଯାଇଥିଲା । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୪୭,୩୨୫ ଥିବାବେଳେ ମୃତ୍ୟୁସଂଖ୍ୟା ୪,୪୩,୯୨୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଏବେ ଦେଶରେ ମୋଟ୍‌ ୩,୨୫,୬୦,୪୭୪ରେ କରୋନାରୁ ସୁସ୍ଥ ହୋଇଥିବାବେଳେ  ଆକ୍ଟିଭ କେସ ଅଛି  ୩,୪୨,୯୨୫। ଆକ୍ଟିଭ୍‌ କେସ୍‌ ରହିଛି ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି।

COVID-19 COVID-19 Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ