• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ଦେଶରେ କୋଭିଡ୍ -୧୯ ସଂକ୍ରମଣ ସଂଖ୍ୟା ୩,୬୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୦୦୦ ଉପରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୬୪୧ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି । ଗତ କିଛି ଦିନ ଧରି ଦୈନିକ ସଂକ୍ରମଣ ପ୍ରାୟ ୩ ହଜାର ପାଖାପାଖି ରହୁଛି ।

ଭାରତରେ ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୮ଶହ ୨୪ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ସକ୍ରିୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୩ଶହ ୮୯ରେ ପହଞ୍ଚିଛି । ସେହିପରି ଗୋଟିଏ ଦିନରେ ଦେଶରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ସପ୍ତାହକ ମଧ୍ୟରେ ସଂକ୍ରମଣ ୨ ଗୁଣରୁ ଅଧିକ ବେଗରେ ବ୍ୟାପିଛି । ଗତ ସପ୍ତାହ ଅର୍ଥାତ ମାର୍ଚ୍ଚ ୨୬ରୁ ଏପ୍ରିଲ ୧ ମଧ୍ୟରେ ସମଗ୍ର ଦେଶରେ ୧୮ ହଜାର ୪୫୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ପୂର୍ବ ୭ ଦିନ ତୁଳନାରେ ସଂକ୍ରମଣ ୨.୧ ଗୁଣ ବେଗରେ ବ୍ୟାପିଛି । ପୂର୍ବ ସପ୍ତାହରେ ସମଗ୍ର ଦେଶରୁ ୮ ହଜାର ୭୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।