/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656823487.jpg)
Odisha sees highest single-day spike in Covid19 cases
ଦେଶରେ କୋଭିଡ ସ୍ଥିତିକୁ ନେଇ ସବୁ ରାଜ୍ୟକୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ । ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ICMR ମହାନିର୍ଦ୍ଦେଶକ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ଟେଷ୍ଟିଂ ସଂଖ୍ୟା ବଢ଼ାଇବା ସହ କୋଭିଡ ସଚେତନତା ଏବଂ ମକ୍ ଡ୍ରିଲ୍ ଆୟୋଜନ ପାଇଁ ଲେଖିଛନ୍ତି । ହସ୍ପିଟାଲ ପ୍ରସ୍ତୁତି ନେଇ ଏପ୍ରିଲ ୧୦ ଓ ୧୧ରେ ମକଡ୍ରିଲ ପାଇଁ ଚିଠିରେ ନିର୍ଦ୍ଦେଶ ରହିଛି ।
ସେପଟେ ଦେଶରେ କୋଭିଡ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୫୯୦ ନୂଆ କରୋନା ଭାଇରସ୍ ଜନିତ ସଂକ୍ରମଣ ରେକର୍ଡ କରାଯାଇଛି । ଗତ ୧୪୬ ଭିତରେ ଏହା ସର୍ବାଧିକ । ସେହିଭଳି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି ।
ଗତ ୨୪ ଘଣ୍ଟାରେ ୬ଟି ମୃତ୍ୟୁ ରିପୋର୍ଟ କରାଯାଇଛି । ମହାରାଷ୍ଟ୍ରରେ ୩ଟି ଏବଂ କର୍ଣ୍ଣାଟକ, ରାଜସ୍ଥାନ ଓ ଉତ୍ତରାଖଣ୍ଡରୁ ଗୋଟିଏ ଲେଖାଏଁ ମୃତ୍ୟୁ ରେକର୍ଡ କରାଯାଇଥିବା ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)