Advertisment

ଆଉ ୬ ମାସ ପରେ କମିଯିବ କରୋନାର କୋପ !

ଭିଡ ୧୯ ମହାମାରୀ ମଣିଷ ଜୀବନକୁ ବ୍ୟତିବ୍ୟସ୍ତ କରି ଦେଇଛି। ରୋଗର ଭୟ ଭିତରେ ଯେମିତି ଜୀବନଯାତ୍ରା ଠପ୍‌ ହୋଇଯାଇଛି। ଉଜୁଡ଼ି ଯାଇଛି ଜୀବନଜୀବିକା। ତଥାପି ରୋଗର ଭୟ ହଟିନି। ହେଲେ ୬ ମାସ ପରେ ଏହି ରୋଗର ଭୟାବହତା ଧୀରେ ଧୀରେ କମିଯିବ।

Covid 19

Covid 19

Advertisment

ନୂଆଦିଲ୍ଲୀ:କୋଭିଡ ୧୯ ମହାମାରୀ ମଣିଷ ଜୀବନକୁ ବ୍ୟତିବ୍ୟସ୍ତ କରି ଦେଇଛି। ରୋଗର ଭୟ ଭିତରେ ଯେମିତି ଜୀବନଯାତ୍ରା ଠପ୍‌ ହୋଇଯାଇଛି। ଉଜୁଡ଼ି ଯାଇଛି ଜୀବନଜୀବିକା। ତଥାପି ରୋଗର ଭୟ ହଟିନି। ବିଶେଷ କରି ୨ୟ ଲହରର ଭୟାବହତା ମଣିଷ ହୃଦୟକୁ ଥରାଇ ଦେଇଛି। ଏପରି ସମୟରେ ତୃତୀୟ ଲହର କେବେ ବି ଆସିପାରେ ବୋଲି କୁହାଯାଉଛି। ତୃତୀୟ ଲହର ଆସିବା ପୂର୍ବରୁ ପିଲାଙ୍କ ଭାକ୍ସିନେଶନ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ରୋଗର ଭୟାବହତା ଧୀରେ ଧୀରେ କମିଯିବ। ଏହା ସାଧାରଣ ସର୍ଦ୍ଦି, ଥଣ୍ଡା ପରି ହାଲ୍‌କା ପ୍ରଭାବ ପକାଇବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହାର ପ୍ରଭାବ ଏକ ସାଧାରଣ ଥଣ୍ଡଜ୍ୱର ପରି ଅନୁଭୂତ ହେବ। 

Advertisment

ପ୍ରଫେସର ଡେମ୍‌ ସାରା ଗିଲବର୍ଟ ଏବଂ ସାର ଜନ୍‌ ବେଲଙ୍କ କହିବା ଅନୁଯାୟୀ, କରୋନା ଭାଇରସର ଭୟଙ୍କର ଭାରିଏଣ୍ଟ ଆଗକୁ ଆଉ ଆସିବ ନାହିଁ। ଅକ୍ସଫୋର୍ଡ ୟୁନିଭର୍ସିଟିର ମେଡିସିନ ପ୍ରଫେସର ସାର ଜନ ବେଲ କହିଛନ୍ତି, ଭାଇରସ ଆସନ୍ତା ବସନ୍ତ ଋତୁ ବେଳକୁ ସାଧାରଣ ଜ୍ୱର ପରି ଦେଖାଦେବ । କାରଣ ଭାକ୍ସିନ ନେଇ ଏବଂ ଭାଇରସ ସହ ଲଢି ମଣିଷର ଇମ୍ୟୁନିଟି ବଢି ଯାଇଥିବ। 

Advertisment

ଜନ ବେଲ କହିଛନ୍ତି, ବ୍ରିଟେନରେ ସ୍ଥିତି ସାମାନ୍ୟଠାରୁ ବେଶ ଭଲ ହୋଇଯାଇଛି। ଥଣ୍ଡା ଋତୁ ପରେ ଅବସ୍ଥାରେ ଆହୁରି ସୁଧାର ଆସିବ। ସେ କହିଛନ୍ତି, ଭାକ୍ସିନ ନେବା ପରେ ପୁଣି ଏହି ରୋଗ ଦେଖିବାକୁ ମିଳୁଛି। ମୋଡର୍ନା ଚିଫ ଏକ୍‌ଜ୍ୟୁକେଟିଭ ଷ୍ଟଫେନ ବେନ୍‌ସେଲ କହିଛନ୍ତି, କୋଭିଡ ମହାମାରୀ ଆଗାମୀ ଏକବର୍ଷ ଭିତରେ ଶେଷ ହୋଇଯିବ। କାରଣ ବିଶ୍ୱସ୍ତରରେ ଭାକ୍ସିନେନେସନ ପ୍ରକ୍ରିୟା ଜୋରଦାର ହେଉଛି। 

ଏହା ପୂର୍ବରୁ ଗିଲବର୍ଟ କହିଥିଲେ, ଭାଇରସ ସଂକ୍ରମିତ ହେବା ସହ ଏହାର ପ୍ରଭାବ ଦୁର୍ବଳ ହୋଇଯାଉଛି। ଏ ସମ୍ପର୍କରେ ସେ କହଛନ୍ତି, ବର୍ତ୍ତମାନ ଯେମିତି ସ୍ଥିତି ଦେଖା ଦେଇଛି, ଜଣାପଡୁଛି, ଆସନ୍ତା ୬ ମାସ ମଧ୍ୟରେ ସ୍ଥିତିରେ ବହୁତ ପରିବର୍ତ୍ତନ ଆସିପାରେ। କୋଭିଡରେ ଅଧିକ ବୟସ୍କଙ୍କ ମୃତ୍ୟୁ ଘଟିଛି। 
ବିଶେଷଜ୍ଞ ଟିମ୍‌ ଆହୁରି କହିଛନ୍ତି, ଡେଲ୍‌ଟା ଭାରିଏଣ୍ ଦ୍ୱାରା ସଂକ୍ରମଣ ଅଧିକ ହେଉଛି। କିନ୍ତୁ ୨ଟି ଡୋଜ ଭାକ୍ସିନ ନେବା ପରେ ଏବଂ ସଂକ୍ରମିତ ହେବା ପରେ ହର୍ଡ ଇମ୍ୟୁନିଟ ବଢି ଯାଉଛି। ଥଣ୍ଡା ଋତୁ ପରେ ପରିସ୍ଥିତିରେ ଆହୁରି ସୁଧାର ଆସିବ। କୋଭିଡ ଏବେ ଦୁର୍ବଳ ହୋଇଯିବ ଏବଂ କରୋନା ଭାଇରସର ନୂଆ ମ୍ୟୁଟାଣ୍ଟର ସମ୍ଭାବନା ନାହିଁ। 

Advertisment
COVID-19 COVID Variants
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ