Corona Virus: ପୁଣି ଫେରୁଛି କରୋନା, ମାସ୍କ ବାଧ୍ୟତାମୂଳକ କଲେ ସରକାର

କ୍ଲିନିକ୍ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍ ମଧ୍ୟ ପିନ୍ଧିବେ ମାସ୍କ । ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

Covid 19

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣି ଫେରିଲା ମାସ୍କ । ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାସ୍କକୁ ବାଧ୍ୟତାମୂଳକ କଲେ ସରକାର । ସ୍ୱାସ୍ଥ୍ୟ ସେବା ସହ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତି ପିନ୍ଧିବେ ମାସ୍କ । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ଚିଠି କରିଛି । ଚିକିତ୍ସାଳୟରେ ଡ୍ୟୁଟି ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନିବୁଜ ଘରେ ଏକାଧିକ ଲୋକ ସମାଗମ ହେଲେ ମଧ୍ୟ ମାସ୍କ ବାଧ୍ୟତାମୂଳକ । କ୍ଲିନିକ୍ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍ ମଧ୍ୟ ପିନ୍ଧିବେ ମାସ୍କ । ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

Notice