• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚତୁର୍ଥ ଲହର ନେଇ ଆସୁଛି କି ଶତାଦ୍ଧୀର ସଂକ୍ରମଣ ? ଦୈନିକ ସଂକ୍ରମଣ ହାରରେ ବୃଦ୍ଧି ପରେ ଏବେ କରୋନା ମହାମାରୀକୁ ନେଇ ଚିନ୍ତା ଦ୍ୱିଗୁଣିତ ହୋଇଛି । ଦିଲ୍ଲୀ, ମହାରାଷ୍ଟ୍ରରେ କୋଭିଡ ମାମଲା ଉଦବେଗ ଜନକ ରହିଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଧିରେ ଧିରେ ଖରାପ ହେଉଛି । ୧୨ ଦିନରେ ମହାରାଷ୍ଟ୍ରରେ ୨୪ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଦୁଇ ହଜାର ହାରରେ ସଂକ୍ରମିତ ହେଉଛନ୍ତି । ଆଉ ଏହାର ପ୍ରଭାବ ଅଧିକ ମୁମ୍ବାଇରେ ପଡ଼ିଛି । ଜାତୀୟ ହାରକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଦେଶରେ ଆସିବ କି ଚତୁର୍ଥ ଲହର? କିଛି ଦିନ ଧରି ଦେଶରେ କୋଭିଡ୍ ମାମଲାରେ ବଢୁଥିବା ମାମଲା ଯୋଗୁଁ ଚିନ୍ତା ଦ୍ୱିଗୁଣିତ ହୋଇଛି । ଆଉ ଏହା ହିଁ ସ୍ୱାସ୍ଥ୍ୟ ସେବା ପ୍ରତି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାର ଆଶଙ୍କାକୁ ବଢ଼ାଇ ଦେଇଛି । ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୮ ହଜାର ଉପରେ ରହିଛି । ସବୁଠାରୁ ଅଧିକ ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ସଂକ୍ରମଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ଗଲା ୧୨ ଦିନରେ ମହାରାଷ୍ଟ୍ରରେ ୨୪ ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଦିନକୁ ମହାରାଷ୍ଟ୍ରରେ ଦୁଇ ହଜାର ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ମୁମ୍ବାଇରୁ ସବୁଠାରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୧୧ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪ ମାସରେ ଏହା ସର୍ବାଧିକ ବୋଲି କୁହାଯାଉଛି ।

ନଜର ପକାନ୍ତୁ ମହାରାଷ୍ଟ୍ରର କୋଭିଡ୍ ରିପୋର୍ଟ ଉପରେ

ଗତ ରବିବାର ମହାରାଷ୍ଟ୍ରରେ ୨୯ ଶହ ୪୬ ମାମଲା ଚିହ୍ନଟ ହୋଇଥିଲା । ଦିନର ସଂକ୍ରମଣ ମାମଲା ୨ ହଜାର ୯୨୨ ଠାରୁ ଏହା ଅଧିକ ହୋଇଥିଲେ ସୁଦ୍ଧା ଗତ ସପ୍ତାହର ସଂକ୍ରମଣ ୩ ହଜାର ଠାରୁ ଏହା କମ୍ ରହିଛି । ମହାରାଷ୍ଟ୍ରରେ ସଂକ୍ରମଣ ବଢୁଥିଲେ ସୁଦ୍ଧା ୫ ପ୍ରତିଶତରୁ ଅଧିକ ରୋଗୀ ହସ୍ପିଟାଲରେ ନାହାନ୍ତି । ଅଧିକ ସଂକ୍ରମଣ ମାମଲା ମୁମ୍ବାଇ ଏବଂ ପୁନେରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେହିପରି ନାଗପୁର ଏବଂ ନାସିକରେ ମଧ୍ୟ ସଂକ୍ରମଣ ବୃଦ୍ଧି ହୋଇଛି । ୧୦ ଦିନରେ ମହାରାଷ୍ଟ୍ରରେ ସକ୍ରିୟ ମାମଲାରେ ୨୪୧ ପ୍ରତିଶତ ବୃଦ୍ଧି ହୋଇଛି ।

ଚିନ୍ତା ବଢ଼ାଉଛି ଦେଶରେ ଦୈନିକ ଆକ୍ଟିଭ୍ କେସ୍ । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ୫୦ ହଜାର ୫୪୮ ରହିଛି ସକ୍ରିୟ ସଂକ୍ରମଣ ସଂଖ୍ୟା । ଏହା ସହ ଦେଶରେ ଦୈନିକ ପଜିଟିଭ୍ ହାର ୨.୦୫ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୨.୩୨ ପ୍ରତିଶତ ରହିଛି ।