Advertisment

ଚିନ୍ତା ବଢାଇଲା କରୋନା ମୃତ୍ୟୁ; ପୁଣି ଆଖି ବୁଜିଲେ ୬୧

ରାଜ୍ୟରେ ଚିନ୍ତା ବଢାଇଛି କରୋନା ମୃତ୍ୟୁ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢି ବଢି ଚାଲିଛି। ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗିଛି।

ଅଦ୍ୟତନ ହୋଇଛି
ଚିନ୍ତା ବଢାଇଲା କରୋନା ମୃତ୍ୟୁ; ପୁଣି ଆଖି ବୁଜିଲେ ୬୧

corona virus

Advertisment

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଆଜି ମୃତ୍ୟୁ ସଂଖ୍ୟା ପୁଣି ରେକର୍ଡ କରିଛି। ଆଜି ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ ୬୧ ଜଣ କରୋନ ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସଂଖ୍ୟା ୪ ହଜାର ୪୭୬କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ଆଜି ୨୮୦୬ ଜଣଙ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧୬୧୩ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୧୧୯୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି। 

Advertisment

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ସର୍ବାଧିକ ସଂକ୍ରମିତ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ଆଜି ୫୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବରଗଡରୁ ୩୩, ଭଦ୍ରକରୁ ୮୩, ବଲାଙ୍ଗିରରୁ ୧୦, ବୌଦ୍ଧ ୯, କଟକ ୪୪୧, ଦେବଗଡରୁ ୪, ଢେଙ୍କାନାଳରୁ ୧୨୪, ଗଜପତିରୁ ୬, ଗଞ୍ଜାମରୁ ୧୯, ଜଗତ୍‌ସିଂହପୁରରୁ ୧୧୯, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୫୭, କେନ୍ଦୁଝରରୁ ୭୨, କୋରାପୁଟରୁ ୨୯, ମାଲକାନଗିରିରୁ ୩୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।  

Advertisment

ସେହିପରି ମୟୂରଭଞ୍ଜରୁ ୧୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରୁ ୨୦, ନୟାଗଡରୁ ୮୬, ନୂଆପଡ଼ାରୁ ୭, ପୁରୀରୁ ୧୩୮, ରାୟଗଡାରୁ ୩୦, ସମ୍ବଲପୁରରୁ ୨୬, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୬୫ ଏବଂ ଷ୍ଟେଟପୁଲ୍‌ରୁ ୧୧୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ରାଜ୍ୟରୁ ଆଜି ୨୮୯୬ ଜଣ କରୋନା ମୁକ୍ତ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯,୩୫,୧୩୬ ଛୁଇଁଥିବାବେଳେ କରୋନାରୁ ମୁକ୍ତ ହୋଇଛନ୍ତି ୯,୦୩,୧୭୮ ଜଣ। ରାଜ୍ୟରେ ଏବେ ଆକ୍ଟିଭ କେସ ଅଛି ୨୭,୪୨୯।  

Advertisment

ଅନ୍ୟପକ୍ଷେ ବରଗଡ଼, ଗଞ୍ଜାମ, ମୟୂରଭଞ୍ଜ ଓ ପୁରୀରୁ ୬ ଜଣ ଲେଖାଏ ରୋଗୀ ଆଖି ବୁଜିଛନ୍ତି। ସେହିପରି  ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୫ ଲେଖାଏ, କେନ୍ଦୁଝରରୁ ୪, କଟକ, ଢେଙ୍କାନାଳ, ନୟାଗଡ଼ରୁ ୨ ଜଣ ଲେଖାଏ,  ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ାରୁ ଜଣେ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  

COVID-19 Cases Odisha Corona Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ