Advertisment

୬୦୦ ତଳକୁ ଖସୁନି କରୋନା ସଂକ୍ରମଣ, ଚିନ୍ତା ବଢୁଛି

ଆଜି ବି ରାଜ୍ୟରୁ ୬୩୮ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୭୨ ଥିବାବେଳେ ଲୋକାଲ କେସ୍ ରହିଛି ୨୬୬ । ଏହି ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଅଦ୍ୟତନ ହୋଇଛି
undefined

covid 19 in odisha

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି। କିଛି ଦିନ ହେବ ରାଜ୍ୟରୁ ୬୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାର ସଂଖ୍ୟା କମୁ ନ ଥିବା ଚିନ୍ତାର ବିଷୟ ହୋଇଛି। ଆଜି ବି ରାଜ୍ୟରୁ ୬୩୮ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୭୨ ଥିବାବେଳେ ଲୋକାଲ କେସ୍ ରହିଛି ୨୬୬ । ଏହି ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନୁଗୁଳ, କଟକ, ଖୋର୍ଦ୍ଧାରୁ ୨ ଲେଖାଏଁ ଓ ପୁରୀରୁ ଜଣେ ଲେଖାଏ ମୃତ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୬୨କୁ ବୃଦ୍ଧି ପାଇଛି।

Advertisment

ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଆକ୍ରାନ୍ତି ଚିହ୍ନଟ ହୋଇଛନ୍ତି। ସେହିପରି  ବାଲେଶ୍ୱରରୁ  ୩୩, ବରଗଡ଼ରୁ ୭, ଭଦ୍ରକରୁ ୧୪, ବଲାଙ୍ଗିରଚ ୨, ବୌଦ୍ଧରୁ୧, କଟକରୁ ୬୬, ଦେବଗଡ଼ରୁ ୩, ଢେଙ୍କାନାଳରୁ ୯, ଗଜପତିରୁ ୯, ଗଂଜାମରୁ ୪, ଜଗତସିଂହପୁରରୁ୨୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାଚ ୧, କେନ୍ଦୁଝରରୁ ୧୪, ଖୋର୍ଦ୍ଧାରୁ ୨୪୫, କୋରାପୁଟରୁ ୩, ମାଲକାନଗିରିରୁ ୫, ମୟୂରଭଂଜରୁ ୨୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨, ପୁରୀରୁ ୧୮, ସମ୍ବଲପୁରରୁ ୧୪, ସୁବର୍ଣ୍ଣପୁରରୁ ୨, ସୁନ୍ଦରଗଡ଼ରୁ ୧୫ ଓ  ଷ୍ଟେଟପୁଲରୁ ୫୨ ପଜିଟିଭ ବାହାରିଛନ୍ତି। 

Advertisment

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୮୦୫କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୭୨୭ ଜଣ କରୋନା ମୁକ୍ତ ହୋଇଥିବାବେଳେ ମୋଟ ୧୦,୧୨,୮୦୫ ଜଣ କରୋନାକୁ ମାତ୍‌ ଦେଇ ସାରିଲେଣି।  ରାଜ୍ୟରେ ଏବେ ଆକ୍ଟିଭ କେସ ରହିଛି ୬୯୦୦।

ଅନ୍ୟପକ୍ଷେ, ଦେଶରେ ଦିନକରେ ୩୧,୨୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୨୭,୬୨୧ ଛୁଇଁଛି। ସେହିପରି ଆହୁରି ୨୯୦ ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୧,୦୪୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆକ୍ଟିଭ କେସ ୩,୯୨,୮୬୪ ଥିବାବେଳେ ସୁସ୍ଥ ହେଲେଣି ୩,୨୨,୨୪,୯୩୭ ଜଣ।

Advertisment
COVID-19 Odisha COVID-19 Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ