Advertisment

ରାଜ୍ୟରୁ ଚିହ୍ନଟ ହେଲେ ପୁଣି ୧,୧୨୯ କରୋନା ରୋଗୀ, ଆଖି ବୁଜିଲେ ୬୯

ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଅନ୍ୟପକ୍ଷେ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬,୧୦୨ ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
ରାଜ୍ୟରୁ ଚିହ୍ନଟ ହେଲେ ପୁଣି ୧,୧୨୯ କରୋନା ରୋଗୀ, ଆଖି ବୁଜିଲେ ୬୯

covid situation in odisha

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ନିମ୍ନ ମୁହାଁ ହେଉଛି। ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ  କ୍ୱାରେଣ୍ଟିନରେ ୬୫୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ୍‌ ୪୭୨ ଥିବା ଜଣାଯାଇଛି। ୨୪ ଘଣ୍ଟାମ ମଧ୍ୟରେ ୧୭୮୫ ଜଣ ରୋଗୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରୁ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬,୧୦୨ ରେ ପହଞ୍ଚିଛି। 

Advertisment

ଆଜି ୧,୬୨,୨୩,୯୨୧ ନମୂନା ପରୀକ୍ଷା କରାଯାଇଥିବାବେଳେ ରାଜ୍ୟରେ ମୋଟ ୯,୮୦,୮୬୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମୋଟ ୯,୬୦,୩୮୬ ଜଣ ରୋଗୀ ଆଜି ସୁଦ୍ଧା ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ମୋଟ ଆକ୍ଟିଭ କେସ୍‌ ୧୪,୩୨୫ ରହିଛି। ଆଜିର ସଂକ୍ରମିତଙ୍କ  ତାଲିକାରେ ଖୋର୍ଦ୍ଧା ଉପରେ ରହିଛି। ଏହି ଜିଲ୍ଲାରୁ ଆଜି ସର୍ବାଧିକ ୩୮୮ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୧୩୫ ଜଣ ରୋଗୀ ।

Advertisment

ସେହିପରି ଅନୁଗୁଳରୁ ୫୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ , ବାଲେଶ୍ୱରରୁ ୭୨, ବରଗଡ଼ରୁ ୩, ଭଦ୍ରକରୁ ୬୦
ବଲାଙ୍ଗିରରୁ ୪, ବୌଦ୍ଧରୁ ୪, କଟକରୁ ୧୩୫, ଦେବଗଡ଼ରୁ ୮, ଢେଙ୍କାନାଳରୁ ୭, ଗଂଜାମରୁ୨, ଜଗତସିଂହପୁରରୁ ୬୩
ଯାଜପୁରରୁ ୪୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧, କନ୍ଧମାଳ- ୪, କେନ୍ଦ୍ରାପଡ଼ାରୁ ୬୬, କେନ୍ଦୁଝରରୁ ୮,  କୋରାପୁଟରୁ ୨, ମାଲକାନଗିରିିରୁ ୪, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୩, ପୁରୀରୁ ୪ଅ, ରାୟଗଡ଼ାରୁ ୬, ସମ୍ବଲପୁରରୁ ୧
ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୫, ଓ ଷ୍ଟେଟପୁଲରୁ ବାହାରିଛନ୍ତି ୭୬। 

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ  ୫୯ ହଜାର ୩୭୮ ସାମ୍ପଲ ଟେଷ୍ଟ  ହୋଇଥିବାବେଳେ ପଜିଟିଭିଟି ରେଟ ରହିଛି ୧.୯୦%।

Advertisment

ସେହିପରି ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ କଟକରୁ ୯, ପୁରୀରୁ ୭, କେନ୍ଦ୍ରାପଡ଼ାରୁ ୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ମୟୂରଭଂଜରୁ ୩ ଲେଖାଏଁ ମୃତ
ଅନୁଗୁଳ, ଢେଙ୍କାନାଳ, ଗଂଜାମ, ଯାଜପୁର, କଳାହାଣ୍ଡିରୁ ୨ ଲେଖାଏ, ବଲାଙ୍ଗିର, ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। 

ସୂଚନାଥାଉ କି,  ଓଡ଼ିଶାରେ ୧ ପ୍ରତିଶତ ତଳେ ରହିଛି ଆର୍ ଭ୍ୟାଲୁ। ସେଥିଲାଗି ସଂକ୍ରମଣ କମିବାରେ ଲାଗିଛି। ରାଜ୍ୟରେ ଆର୍ ଭ୍ୟାଲୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଆର ଭ୍ୟାଲୁ ୧ ପ୍ରତିଶତ ଉପରେ ରହିଲେ ଜଣେ ଅନ୍ୟ ଜଣଙ୍କୁ ସଂକ୍ରମଣ କରିବ। ଦେଶରେ କେତେକ ରାଜ୍ୟରେ ଆର ଭ୍ୟାଲୁ ୧ ପ୍ରତିଶତ ଉପରେ ରହିଛି। ଫଳରେ ସେଠାରେ ସଂକ୍ରମଣ ବଢୁଛି। ଓଡ଼ିଶାରେ ସଂକ୍ରମଣ କମୁଥିବାରୁ ଆର୍ ଭ୍ୟାଲୁ ନିଶ୍ଚିତ ଭାବେ ୧ ପ୍ରତିଶତ ତଳେ ଥିବା ଡିଏମ୍ଇଟି କହିଛନ୍ତି। ତେବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ଟପିଥିବା ନେଇ ଡିଏମ୍ଇଟି ସୂଚନା ଦେଇଛନ୍ତି।

ତେବେ ଏହା ବର୍ତ୍ତମାନର ସ୍ଥିତି ନୁହେଁ, ପୂର୍ବର ଲଗ୍‌କୁ କ୍ଲିୟର କରାଯାଉଛି। ଏବେ ପ୍ରକାଶିତ ହେଉଥିବା ମୃତ୍ୟୁ ସଂଖ୍ୟା ଅଡିଟେଡ୍ ଓଲ୍ଡ ରେକର୍ଡ। ଆଉ ୧୦ରୁ ୧୫ ଦିନ ଭିତରେ ଏହାର ଅଡିଟ ସରିଯିବ ବୋଲି ସେ କହିଛନ୍ତି।

Odisha COVID-19 Update Covid 19 Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ